ଥାନା ପାଇଁ ଡିଜିପି ଜାରି କଲେ ଗାଇଡଲାଇନ୍

ଭୁବନେଶ୍ୱର: ମହାମାରୀ କରୋନା, ଲକ୍ଡାଉନ୍ ସଟ୍ଡାଉନ୍ ଭଳି କଟକଣା ମଧ୍ୟରେ ସାଧାରଣ ଜନତାଙ୍କ ଅଭିଯୋଗ କିପରି ବୁଝାଯାଇ ପାରିବ ସେ ନେଇ ଡିଜିପି ଅଭୟ ନୂଆ ଗାଇଡଲାଇନ ଜାରି କରିଛନ୍ତି। କେଉଁଭଳି ଭାବେ ପୁଲିସ୍ ଲୋକଙ୍କ ଅଭିଯୋଗ ବୁଝିବେ ସେ ନେଇ ଡିଜିପି ଗାଇଡଲାଇନ୍ ଜାରି କରିଛନ୍ତି। ସମ୍ପୃକ୍ତ ଗାଇଡଲାଇନଗୁଡ଼ିକ ହେଲା:
୧- ଲୋକଙ୍କ ଅଭିଯୋଗ ଶୁଣିବାକୁ ଜିଲ୍ଲା ପୁଲିସ ମୁଖ୍ୟାଳୟରେ କଣ୍ଟ୍ରୋଲ ରୁମ ରହିବ
୨-ଜିଲ୍ଲା ପୁଲିସ କଣ୍ଟ୍ରୋଲ ରୁମ ନମ୍ବର ଟ୍ୱିଟର ଓ ଫେସବୁକରେ ଦିଆଯିବ
୩- ପ୍ରତି ଥାନା ବି ସେମାନଙ୍କ ଲ୍ୟାଣ୍ଡଲାଇନ ନମ୍ବର ସୋସିଆଲ ମିଡିଆରେ ଦେବେ
୪- ଥାନାକୁ ଫୋନରେ ଆସୁଥିବା ଅଭିଯୋଗର ତଦାରଖ ଏସପି ଓ ଡିଏସପି କରିବେ
୫- ଲୋକଙ୍କ ଆପତ୍ତି ଶୁଣିବାକୁ ସବୁ ଥାନାରେ ରିସେପସନ କାଉଣ୍ଟର ରହିବ
୬- ରିସେପସନ କାଉଣ୍ଟର ଥାନା ମୁଖ୍ୟ କୋଠା ଠାରୁ ଛାଡ଼ି କି ରହିବ, ଅଲଗା ଘର ନଥିଲେ ଟେଣ୍ଟ ଲାଗିବ
୭- ରିସେପସନ ଏରିଆ ନିୟମିତ ବିଶୋଧନ କରାଯିବ
୮- ଆସୁଥିବା ଅଭିଯୋଗକାରୀଙ୍କୁ ମାସ୍କ ପିନ୍ଧିବା ଓ ହାତ ଧୋଇବାକୁ କୁହାଯିବ
୯- ଡିଆଇଜି/ଏସପି/ଡିଏସପିଙ୍କ ଅଫିସ ମେନ ଗେଟରେ ଫୋନ ନମ୍ବର ଡିସପ୍ଲେ ଲାଗିବ
୧୦- ମେନ ଗେଟରେ ଅଭିଯୋଗ ବାକ୍ସ ରଖାଯିବ, ଲୋକେ ଅଭିଯୋଗ ପକାଇବେ