Odisha Link
Bridging the Missing Links in Odisha

ଷ୍ଟ୍ରିଟ୍ ଭେଣ୍ଡର ରାଜନୀତି: ବିଜେଡିକୁ ୫ଟି ପ୍ରଶ୍ନ ପଚାରିଲା ବିଜେପି

ଭୁବନେଶ୍ବର: ରାସ୍ତା ପାର୍ଶ୍ବରୁ ଉଠା ଦୋକାନୀମାନଙ୍କୁ (ଷ୍ଟ୍ରିଟ୍ ଭେଣ୍ଡର)ବୀମା ଭୃକ୍ତ କରାଇ ପ୍ରିମିୟମ ରାଶି ରାଜ୍ୟସରକାର ଦେବା ପାଇଁ ବିଜେପି ପକ୍ଷରୁ ଚଳିତ ମାସ ୨୪ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଦାବି କରାଯାଇଥିଲା । ଏହାର ଜବାବରେ ସରକାରୀ ଦଳମୁଖପାତ୍ର କିଛି ତଥ୍ୟ ଉପସ୍ଥାପନ କରି କହିଥିଲେ ଯେ, ରାଜ୍ୟ ସରକାର ଜଣ ପିଛା ୩୦୦୦ ହଜାର ଟଙ୍କାକରି ୪୫,୬୦୦ ଜଣ ରାସ୍ତା ପାର୍ଶ୍ବ ଉଠା ଦୋକାନୀ(ଷ୍ଟ୍ରିଟ୍ ଭେଣ୍ଡର)ଙ୍କୁ ଆର୍ଥିକ ସହାୟତା ଦେଇଛନ୍ତି । କିନ୍ତୁ ଏଭଳି କୋଣସି ତଥ୍ୟ ରାଜ୍ୟ ସରକାରଙ୍କ କୈାଣସି ୱେବ୍‌ସାଇଟ୍‌ରେ କିମ୍ବା କୈାଣସି ମହାନଗର ନିଗମ, ମ୍ୟୁନିସିପାଲଟି, ଏନ୍‌ଏସି ଗୁଡିକର ୱେବସାଇଟ୍‌ରେ ଉପଲବ୍ଧ ନାହିଁ । ତେଣୁ ଶାସକ ଦଳର ମୁଖପାତ୍ର ମହୋଦୟ ଏଭଳି ଭ୍ରମାତ୍ମକ ବକ୍ତବ୍ୟ ନଦେଇ ଏହି ତଥ୍ୟଟି କେଉଁଠୁ ପାଇଲେ ଓ ଏହାର ସତ୍ୟତା ପ୍ରକାଶ କରିବାକୁ ବିଜେପି ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି ଦାବି କରିଛନ୍ତି।

ରାଜ୍ୟ ସରକାରଙ୍କ କୈାଣସି ୱେବ୍‌ସାଇଟ୍‌ରେ ରାସ୍ତା ପାର୍ଶ୍ବ ଉଠା ଦୋକାନୀଙ୍କ(ଷ୍ଟ୍ରିଟ୍‌ ଭେଣ୍ଡର) ତାଲିକା କାହିଁକି ପ୍ରକାଶ କରାଯାଇନାହିଁ ? ଶାସକ ବିଜେଡି ମୁଖପାତ୍ରଙ୍କ ବକ୍ତବ୍ୟ ଅନୁଯାୟୀ ମହାନଗର ନିଗମ ଗୁଡିକରେ ଥିବା ୪୫,୬୦୦ଟି ରାସ୍ତା ପାର୍ଶ୍ବ ଉଠା ଦୋକାନୀମାନଙ୍କର(ଷ୍ଟ୍ରିଟ୍ ଭେଣ୍ଡର) ସଠିକ୍ ଚିହ୍ନଟ ହୋଇଛି ତ? ରାଜ୍ୟରେ ଥିବା ୫ଟି ମହାନଗର ନିଗମ, ୪୮ଟି ମ୍ୟୁନିସିପାଲଟି ଓ ୬୧ଟି ଏନ୍‌ଏସି ଗୁଡିକରେ ରାସ୍ତା ପାର୍ଶ୍ବ ଉଠାଦୋକନୀଙ୍କ(ଷ୍ଟ୍ରିଟ୍ ଭେଣ୍ଡର) ତାଲିକା କାହିଁକି ସାର୍ବଜନୀନ କରାଯାଇ ନାହିଁ ? ରାସ୍ତା ପାର୍ଶ୍ବ ଉଠା ଦୋକାନୀ (ଷ୍ଟ୍ରିଟ୍ ଭେଣ୍ଡର)ଚିହ୍ନଟ ପକ୍ରିୟା କେବେ କରାଯାଇଥିଲା ? ରାସ୍ତା ପାର୍ଶ୍ବ
ଉଠାଦୋକାନୀ(ଷ୍ଟ୍ରିଟ୍ ଭେଣ୍ଡର) ଚିହ୍ନଟ ତାଲିକା ଭୃଲ ଅଛି କହି ତାଙ୍କୁ ପୁଣି ଟଙ୍କା ଫେରାଇବା ପାଇଁ ନିର୍ଦ୍ଦେଶ ଦେବେ ନାହିଁ ତ ? ଏହି ଭଳି ୫ଟି ପ୍ରଶ୍ନର ଜବାବ୍ ଦେବା ପାଇଁ ଶ୍ରୀ ମହାନ୍ତି ଉଭୟ ଶାସକ ବିଜେଡି ଏବଂ ରାଜ୍ୟ ସରକାରଙ୍କ ପାଖରେ ଦାବୀ କରିଛନ୍ତି ।

୨୪ ମାର୍ଚ୍ଚ ୨୦୨୦ ତାରିଖ ପର୍ଯ୍ୟନ୍ତ ତାଲିକାଭୁକ୍ତ ହୋଇଥିବା ରାସ୍ତା ପାଶ୍ୱର୍ ଉଠା ଦୋକନୀ (ଷ୍ଟ୍ରିଟ୍ ଭେଣ୍ଡର)ତାଲିକାକୁ ଏହି ଯୋଜନାରେ ସାମିଲ୍ ହେବା ପାଇଁ ରାଜ୍ୟ ସରକାର ଧାର୍ଯ୍ୟ କରିଛନ୍ତି । ମାତ୍ର ଏହି ଅବଧିକୁ ଜୁନ୍ ୧, ୨୦୨୦କୁ ବୃଦ୍ଧି କରିବା ପାଇଁ ଶ୍ରୀ ମହାନ୍ତି ଦାବୀ କରିଛନ୍ତି । ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଯୋଜନାରେ ଉଠା ଦୋକାନି ମାନଙ୍କ ପାଇଁ ୧୦ ହଜାର ଟଙ୍କାର ବିନା ବନ୍ଧକରେ ଋଣର ବ୍ୟବସ୍ଥା କରିଛନ୍ତି । ୨୫ ତାରିଖରେ ପ୍ରଧାନମନ୍ତ୍ରୀ ଏହି ଯୋଜନାର ସମୀକ୍ଷା କରିଥିଲେ । ଦେଶର ୨ ଲକ୍ଷ ୬୦ ହଜାରରୁ ଉର୍ଦ୍ଧ୍ୱ ଉଠା ଦୋକନୀ (ଷ୍ଟ୍ରିଟ୍ ଭେଣ୍ଡର) ୧୦ ହଜାର ଟଙ୍କା ପାଇଁ ଆବେଦନ କରିଛନ୍ତି । ୬୪ ହଜାର ଉଠା ଦୋକନୀ (ଷ୍ଟ୍ରିଟ୍ ଭେଣ୍ଡର)ଙ୍କୁ ଋଣ ଯୋଗାଇ ଦେବା ନେଇ ମଂଜୁରୀ ମିଳିଛି ଏବଂ ୫୬୦୦ ଜଣ ଉଠା ଦୋକନୀ (ଷ୍ଟ୍ରିଟ୍ ଭେଣ୍ଡର)ଙ୍କୁ ବ୍ୟାଙ୍କ ୧୦ ହଜାର ଲେଖାଏଁ ଦେଇ ସାରିଲାଣି । ଏକଥାକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ଯେ, ଏହି ସହାୟତା ରାଶି ପାଇବା ପାଇଁ ଓଡିଶାରେ କେତେ ଜଣ ଉଠାଦୋକାନୀ ଆବେଦନ କରିଛନ୍ତି ? କେତେ ଜଣଙ୍କୁ ଋଣ ନେବା ପାଇଁ ମଂଜୁରୀ ମିଳିଛି ଏବଂ କେତେ ଜଣଙ୍କୁ ଟଙ୍କା ମିଳିଛି, ତାହାର ଏକ ସ୍ପଷ୍ଟ ଚିତ୍ର ରାଜ୍ୟବାସୀଙ୍କ ଆଗରେ ରଖନ୍ତୁ । ଏହା ସହ ମୁଖ୍ୟମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ନିଜେ ସମୀକ୍ଷା କରି ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ଏହି ଯୋଜନାରେ ସାମିଲ କରାନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ପିଏମ୍ ଷ୍ଟ୍ରିଟ୍ ଭେଣ୍ଡରସ୍ ଆତ୍ମନିର୍ଭର ନିଧି ଯୋଜନାରେ ହିତାଧିକାରୀଙ୍କ ଇ-ରେଜିଷ୍ଟେସେନ୍ ପାଇଁ ବିଏମସିର ସମସ୍ତ ୩ଟି ଜୋନାଲ୍ ଅଫିସରେ ହେଲ୍ପ ଡେକ୍ସ ଖୋଲାଯାଇ ଏହାର ପରିଚାଳନା କରିବାକୁ ଶ୍ରୀ ମହାନ୍ତି ଦାବୀ କରିବା ସହ ଏଭଳି ଏକ ବିପତି ସମୟରେ ସବୁଠାରୁ ବେଶି ଆର୍ଥିକ ଯନ୍ତ୍ରଣାରେ ପୀଡିତ ଥିବା ନିମ୍ନ ମଧ୍ୟବିତପରିବାରଙ୍କ ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଆର୍ଥକ ସହାୟତା ଘୋଷଣା କରିବାକୁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି ।

Comments are closed.