କରୋନା ମୁକାବିଲା: ୨୪୧ ପିଜି ଡାକ୍ତରଙ୍କୁ ନିଯୁକ୍ତି

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ବିଗାଡ଼ିବାରେ ଲାଗିଛି। କୋଭିଡ ସଂକ୍ରମଣ ଦିନକୁ ଦିନ ବ୍ୟାପୁଥିବାବେଳେ ଏବେ ରାଜ୍ୟ ସରକାର ଚିକିତ୍ସା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ନେଇ ତତ୍ପରତା ପ୍ରକାଶ କରିଛନ୍ତି। ଅଧିକରୁ ଅଧିକ ଡାକ୍ତର ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି।
ଏହି ପରିପ୍ରେକ୍ଷୀରେ କରୋନା ଲଢ଼େଇରେ ସାମିଲ ହେବା ନିମନ୍ତେ ୨୪୧ ପିଜି ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। ଏଥିନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଏକ ନିର୍ଦେଶନାମା ଜାରି କରିଛନ୍ତି। ପିଜି ଉତ୍ତୀର୍ଣ୍ଣ ଡାକ୍ତରମାନଙ୍କୁ ବିଭିନ୍ନ ଜିଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ଅଧୀନରେ ନିଯୁକ୍ତି ଦିଆଯାଇଛି। କୋଭିଡ଼-୧୯ର ସଫଳ ପରିଚାଳନା ନିମନ୍ତେ ନବନିଯୁକ୍ତ ପିଜି ଡାକ୍ତରମାନଙ୍କୁ ସିଡ଼ିଏମଓଙ୍କ ଅଧୀନରେ କାର୍ଯ୍ୟ କରିବାକୁ କୁହାଯାଇଛି।