Odisha Link
Bridging the Missing Links in Odisha

ଅଗଷ୍ଟ ୫ରେ ହିନ୍ଦୁଧର୍ମ ଗ୍ରହଣ କଲେ ୨୫୦ ମୁସଲମାନ

ଜୟପୁର: ଗତକାଲି ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଗୋଟିଏ ପଟେ ମନ୍ତ୍ରପାଠ, ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ହୋଇ ଉଠୁଥିଲା ଅଯୋଧ୍ୟା। ଅପରପକ୍ଷେ ରାଜସ୍ଥାନର ଏକ ଗ୍ରାମର ୫୦ ମୁସଲମାନ ପରିବାର ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ।

ରାଜସ୍ଥାନର ବାଡ଼ମେର ଜିଲ୍ଲାର ପାୟଲ କଲ୍ଲା ପଞ୍ଚାୟତ ସମିତିର ମୋତିସରା ଗାଁର ୫୦ ମୁସଲମାନ ପରିବାର ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି। ଯାହା ଏବେ ବେଶ୍‌ ଚର୍ଚ୍ଚାରେ ରହିଛି। ହିନ୍ଦୁ ଧର୍ମ ଗ୍ରହଣ କରିଥିବା ପରିବାରର ଜଣେ ବୟସ୍କ ବ୍ୟକ୍ତି କହିଛନ୍ତି ଯେ, ତାଙ୍କ ପୂର୍ବଜ ହିନ୍ଦୁ ଥିଲେ। ଏହା ଜାଣିବା ପରେ ସେମାନେ କାହା ଚାପରେ ନ ପଡି ସ୍ୱଇଚ୍ଛାରେ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି। ସେ କହିଛନ୍ତି ଯେ ମୁଗଲ ଶାସନ ସମୟରେ ମୁସଲମାନମାନେ ସେମାନଙ୍କ ପୂର୍ବଜଙ୍କୁ ଡରାଇ ଧମକାଇ ମୁସଲମାନ କରିଦେଇଥିଲେ। କିନ୍ତୁ ସେମାନେ ହିନ୍ଦୁ। ପୂର୍ବଜଙ୍କ ବିଷୟରେ ସବୁ କଥା ଜାଣିବା ପରେ ସେମାନେ ପୁଣିଥରେ ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ସେ କହିଛନ୍ତି। ସୂଚନାଥାଉକି, ସେମାନେ ଘରେ ଯଜ୍ଞ କରି ପଇତା ପିନ୍ଧି ୨୫୦ ସଦସ୍ୟ ପୁଣିଥରେ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି।

ଗାଁର ଆଉ ଏକ ପରିବାର କହିଛନ୍ତି ଯେ ସେମାନେ କଞ୍ଚନ ଦାଢ଼ି ସମ୍ପ୍ରଦାୟର ଏହି ପରିବାର ଗତ କିଛି ବର୍ଷରୁ ହିନ୍ଦୁ ରୀତିନୀତି, ପର୍ବ ପାଳନ କରୁଛନ୍ତି। ଏମାନେ ପ୍ରତିବର୍ଷ ନିଜ ଘରେ ହିନ୍ଦୁ ପର୍ବ ପାଳନ କରନ୍ତି। ଏମାନେ କେବେ ମଧ୍ୟ ମୁସଲମାନ ପର୍ବ ପାଳନ କରନ୍ତିନାହିଁ। ରାମ ମନ୍ଦିର ଶିଳାନ୍ୟାସ ସମାରୋହରେ ଏମାନେ ପୂଜା ପାଠ ଆୟୋଜନ କରିଥିଲେ ଏବଂ ହିନ୍ଦୁ ସଂସ୍କୃତି ପାଳନ କରି ସ୍ୱଇଚ୍ଛାରେ ନିଜ ଧର୍ମକୁ ଫେରିଛନ୍ତି ବୋଲି କହିଛନ୍ତି। ପରିବାରରେ ସମସ୍ତଙ୍କ ନାଁ ମଧ୍ୟ ହିନ୍ଦୁ ନାଁରେ ରହିଛି।

ଏମାନେ ରାମ ଜନ୍ମଭୂମି ଶିଳାନ୍ୟାସ ଅବସରରେ ସରପଞ୍ଚଙ୍କୁ କହି ଗାଁରେ ଯଜ୍ଞ କରିଥିଲେ। ପୂଜା ପାଠ କରି ଏମାନେ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି। ପୁରା ଗାଁ ଏମାନଙ୍କ ନିଷ୍ପତ୍ତିକୁ ଆଦର ସହକାରେ ଗ୍ରହଣ କରିବା ସହ ସମ୍ମାନ ଜଣାଇଛନ୍ତି।

Comments are closed.