Odisha Link
Bridging the Missing Links in Odisha

ଭଲ ଖବର: ରାଜ୍ୟରେ ୩୦ ହଜାର ଟପିଲା ସୁସ୍ଥଙ୍କ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୧୫୪୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ୩୦ ହଜାର ଡେଇଁଛି କରୋନା ଆକ୍ରାନ୍ତ ସଂଖ୍ୟା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୬୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୨୦୩ ଜଣ, କୋରାପୁଟ ଜିଲ୍ଲାରୁ ୧୪୩ ଜଣ, ଗଜପତି ଜିଲ୍ଲାରୁ ୭୫ ଜଣ, ନୟାଗଡ଼ରୁ ୬୨ ଜଣ, ସୁନ୍ଦରଗଡ଼ରୁ ୫୯ ଜଣ, କନ୍ଧମାଳରୁ ୪୧ ଜଣ, କଟକରୁ ୩୭ ଜଣ, କଳାହାଣ୍ଡି ଓ ରାୟଗଡ଼ାରୁ ୩୬ ଜଣ ଲେଖାଏଁ ଓ ଯାଜପୁର ଜିଲ୍ଲାରୁ ୩୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ବାଲେଶ୍ୱର ଜିଲ୍ଲାରୁ ୩୩ ଜଣ, ପୁରୀରୁ ୩୨ ଜଣ, ସମ୍ବଲପୁରରୁ ୩୧ ଜଣ, ମାଲକାନଗିରିରୁ ୨୪ ଜଣ, କେନ୍ଦ୍ରାପଡ଼ାରୁ ୨୧ ଜଣ, କେନ୍ଦୁଝରରୁ ୧୭ ଜଣ, ବରଗଡ଼, ବଲାଙ୍ଗୀରରୁ ୧୬ ଜଣ ଲେଖାଏଁ, ଢେଙ୍କାନାଳରୁ ୧୩ ଜଣ, ମୟୂରଭଂଜରୁ ୧୨ ଜଣ, ଭଦ୍ରକ, ଜଗତସିଂହପୁର, ସୁବର୍ଣ୍ଣପୁରରୁ ୮ ଜଣ ଲେଖାଏଁ, ନୂଆପଡ଼ା ଓ ଅନୁଗୁଳରୁ ୬ ଜଣ ଲେଖାଏଁ ଓ ନବରଙ୍ଗପୁରରୁ ୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ୪୪ ହଜାର ୧୯୩ଟି ନମୁନା ରିପୋର୍ଟ ପଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ ୩୦ ହଜାର ୨୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୨୫୯ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏବେ ୧୩ ହଜାର ୬୪୪ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

Comments are closed.