ସୁରେଶ ପୂଜାରୀଙ୍କୁ କରୋନା
ବରଗଡ଼: କରୋନା କବଳରେ ଆଜ ଜଣେ ନେତା। ବରଗଡ଼ ସାଂସଦ ତଥା ବିଜେପିର ବରିଷ୍ଠ ନେତା ସୁରେଶ ପୂଜାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ଖୋଦ ଟୁଇଟ କରି ସୂଚନା ଦେଇଛନ୍ତି।
ସେ ଟୁଇଟ କରି ଲେଖିଛନ୍ତି ଯେ, କରୋନା ଭାଇରସ୍ର ଲକ୍ଷଣ ନ ଥାଇ ମଧ୍ୟ ମୁଁ ଗତକାଲି ପରୀକ୍ଷା କରିଥିଲି I ଆଜି ରିପୋର୍ଟ ପଜିଟିଭ୍ ଆସିଛି ବୋଲି ବରଗଡ଼ ଜିଲ୍ଲାପାଳ ମୋତେ ସୂଚନା ଦେଇଛନ୍ତି। ଫଳରେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାପାଳ ତଥା ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହୋମ୍ ଆଇସୋଲେସନ୍ ରେ ଅଛି ଏବଂ ସୁସ୍ଥ ଅଛି ବୋଲି ସେ କହିଛନ୍ତି।
ସୂଚନାଥାଉକି ରାଜ୍ୟରୁ କେବଳ ସୁରେଶ ନୁହନ୍ତି ତାଙ୍କ ପୂର୍ବରୁ ନୀଳଗିରି, ରେମୁଣା ଓ ସାଲେପୁର ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।
#COVID19 ର ଲକ୍ଷଣ ନ ଥାଇ ମଧ୍ୟ ମୁଁ ଗତକାଲି ପରୀକ୍ଷା କରିଥିଲି II
ଆଜି ରିପୋର୍ଟ ପଜିଟିଭ୍ ଆସିଛି ବୋଲି ବରଗଡ଼ ଜିଲ୍ଲାପାଳ ମୋତେ ସୁଚନା କରିଛନ୍ତି II
ସମ୍ବଲପୁର ଓ ବରଗଡ଼ ଜିଲ୍ଲାପାଳ ତଥା ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହୋମ୍ ଆଇସୋଲେସନ୍ ରେ ଅଛି ଏବଂ ସୁସ୍ଥ ଅଛି II pic.twitter.com/BG3bPXOVMc— Suresh Pujari (@sureshkpujari) August 8, 2020
Comments are closed.