Odisha Link
Bridging the Missing Links in Odisha

ଶ୍ରୀଲଙ୍କା: ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ପୂର୍ବତନ ରାଷ୍ଟ୍ରପତି ମହିନ୍ଦ୍ରା ରାଜପକ୍ଷେ

ଓଏଲ୍‌ ବ୍ୟୁରୋ: ଶ୍ରୀଲଙ୍କାର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ପୂର୍ବତନ ରାଷ୍ଟ୍ରପତି ମହିନ୍ଦ୍ରା ରାଜପକ୍ଷେ। ଶ୍ରୀ ରାଜପକ୍ଷେ କଲେମ୍ବାର ପ୍ରସିଦ୍ଧ ବୌଦ୍ଧ ମନ୍ଦିରରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ରାଜପକ୍ଷେଙ୍କ ପାର୍ଟି ପିପଲ୍ସୁ ପାର୍ଟି ଚଳିତବର୍ଷ ସାଧାରଣ ନିର୍ବାଚନରେ ଏକତରଫା ବିଜୟ ହାସଲ କରିଛି। ଏଥିସହିତ ନବନିର୍ବାଚିତ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେ ଭୋଟିଂ ମାମଲାରେ ନୂଆ ରେକର୍ଡର ଅଧିକାର ମଧ୍ୟ ପାଲଟିଛନ୍ତି। ଚଳିତଥର ନିର୍ବାଚନରେ ରାଜପକ୍ଷେଙ୍କୁ ୫ଲକ୍ଷରୁ ଅଧିକ ଭୋଟ ମିଳିଛି। ସୂଚନାଥାଉକି, ଏପର୍ଯ୍ୟନ୍ତ ଶ୍ରୀଲଙ୍କାରେ କୌଣସି ନେତା ପୂର୍ବରୁ ଏତେ ସଂଖ୍ୟକ ଭୋଟ ପାଇନାହାନ୍ତି।

ଏସ୍‌ଏଲପିପି ଦଳ ଚଳିତ ଥର ୧୪୫ଟି ସଂସଦୀୟ କ୍ଷେତ୍ରରେ ବିଜୟ ହାସଲ କରିଛି। ଆଉ ଗଠବନ୍ଧନ ସହାୟତାରେ ରାଜପକ୍ଷେଙ୍କ ଦଳରେ ୧୫୦ ଜଣ ସାଂସଦ ରହିଛନ୍ତି। ଶ୍ରୀଲଙ୍କାରେ ମୋଟ ସଂସଦୀୟ କ୍ଷେତ୍ର ୨୨୫ଟି ରହିଛି।

Comments are closed.