କରୋନା ମୁକାବିଲା: ଅପରାହ୍ନରେ ଗଞ୍ଜାମ ଜିଲ୍ଲାର ସରପଞ୍ଚଙ୍କ ସହ କଥା ହେବେ ନବୀନ

ଭୁବନେଶ୍ବର: କରୋନା କବଳରେ ସାରା ଓଡ଼ିଶା। ଦୈନିକ ବୃଦ୍ଧି ପାଉଛି କରୋନା ସଂକ୍ରମଣ। ରାଜ୍ୟର ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ସବୁଠୁ ଅଧିକା। ହେଲେ ଏବେ କିଛିଦିନ ହେବ ଗଞ୍ଜାମରେ କରୋନା ଗ୍ରାଫ୍ ଟିକେ ତଳମୁହାଁ ହୋଇଛି। ଏସବୁ ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ସରପଞ୍ଚମାନଙ୍କ ସହ କଥା ହେବେ ବୋଲି ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ସରପଞ୍ଚମାନଙ୍କ ସହ ଆଜି ଅପରାହ୍ନରେ ଭିଡିଓ କନଫରେନ୍ସିଂ ଜରିଆରେ କଥା ହେବେ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି। ଏହି ସମୟରେ କରୋନା ମୁକାବିଲା ସଂପର୍କରେ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ କିଛି ବାର୍ତ୍ତା ଦେଇପାରନ୍ତି ବୋଲି କୁହାଯାଉଛି।
ଗଞ୍ଜାମ ଜିଲ୍ଲାରେ ମହାମାରୀ କରୋନା ଭାଇରସ ନିୟନ୍ତ୍ରଣକୁ ଆସିଛି ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି।। ପୂର୍ବ ତୁଳନାରେ ଏହା ଏବେ ୩ ଗୁଣ ଅଧିକ କରୋନା ନମୁନା ପରୀକ୍ଷା କରାଯାଉଛି। କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ଦିନକୁ ଦିନ ହ୍ରାସ ପାଉଛି। ଏ ପର୍ଯ୍ୟନ୍ତ ଗଂଜାମରେ ୭୮ ପ୍ରତିଶତ ରୋଗୀ ସୁସ୍ଥ ହୋଇସାରିଛନ୍ତି। ଗଂଜାମ ବ୍ରହ୍ମପୁରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଛନ୍ତି, ପରବର୍ତ୍ତୀ ସପ୍ତାହ ବେଳକୁ ପଜିଟିଭ ସଂଖ୍ୟା ଆହୁରି ହ୍ରାସ ପାଇବ ବୋଲି ଆଶା କରାଯାଉଛି।