Odisha Link
Bridging the Missing Links in Odisha

ପ୍ଲାଜମା ଦାତାଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ ଅରୁଣ

ଭୁବନେଶ୍ୱର: କରୋନା ଭାଇରସ୍‌ ରାଜ୍ୟରେ ଦିନକୁ ଦିନ ସଂକ୍ରମିତ ହେବାରେ ଲାଗିଛି। କରୋନା ଭାଇରସ୍‌ ପାଇଁ କୌଣସି ଟୀକା ଏପର୍ଯ୍ୟନ୍ତ ବାହାରି ପାରି ନାହିଁ। ହେଲେ ପ୍ଲାଜମା ଚିକିତ୍ସା ବରଦାନ ସଦୃଶ୍ୟ ସାବ୍ୟସ୍ତ ହୋଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୫ଟି ପ୍ଲାଜମା ବ୍ୟାଙ୍କର ଉଦଘାଟନ କରିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଅନେକ ପ୍ଲାଜମା ଦାତା ସ୍ବେଚ୍ଛାକୃତ ଭାବେ ଆସି ପ୍ଲାଜମା ଦାନ କରୁଛନ୍ତି। ଆଜି ଏ ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ତରଫରୁ ଦୁଇ ଜଣ ସ୍ବେଚ୍ଛାକୃତ ଭାବେ ଭୁବନେଶ୍ୱର ସ୍ଥିତ ରାଜଧାନୀ ମୁଖ୍ୟ ଚିକିତ୍ସାଳୟରେ ନିଜର ପ୍ଲାଜମା ଦାନ କରିଛନ୍ତି। ପ୍ଲାଜମା ଦାନ ପରେ ଉଭୟ ବ୍ୟକ୍ତି ବହୁତ ଖୁସି ଅଛନ୍ତି।

ସେମାନେ ପ୍ଲାଜମା ଦାନ ସମୟରେ ନୟାଗଡ଼ ଜିଲ୍ଲା ଦାୟିତ୍ୱରେ ଥିବା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଉପସ୍ଥିତ ଥିଲେ। ତାପରେ ସେମାନଙ୍କୁ ନିଜ ବାସଭବନରେ ସମ୍ବର୍ଦ୍ଧିତ କରିବା ସହ ସେ ସମୟର ଏକ ଦୃଶ୍ୟ କୁ ନିଜ ସୋସିଆଲ ମିଡ଼ିଆ ରେ ଅପଲୋଡ କରି ଲେଖିଛନ୍ତି, “କରୋନାରୁ ସୁସ୍ଥ ହୋଇ ଫେରିଥିବା ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକର ଉମାକାନ୍ତ ତ୍ରିପାଠୀ ଏବଂ ରାଜକିଶୋର ସାହୁ ପ୍ଲାଜମା ଦାନ କରିଥିବାରୁ ସେମାନଙ୍କୁ କୃତଜ୍ଞତା । ସେମାନଙ୍କ ପାଇଁ ଚାରିଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇପାରିବେ , ସେଥିପାଇଁ ସେମାନେ ଅତ୍ୟନ୍ତ ଆନନ୍ଦିତ । ”

ସୂଚନା ଥାଉ କି ଉଭୟ ପ୍ଲାଜମା ଦାତାଙ୍କୁ ନୟାଗଡ଼ ଠାରେ ସ୍ଥାନୀୟ ନେତୃବୃନ୍ଦ ଓ ପ୍ରଶାସନିକ ଅଧିକାରୀ ଉତ୍ସାହିତ କରିବା ସହ ଭୁବନେଶ୍ୱର ଆସିବା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଥିଲେ।

Comments are closed.