ପୁଣି ମହାମାରୀ କବଳରେ ଚୀନ୍: ବ୍ୟାପୁଛି ପ୍ଲେଗ୍, ଲକ୍ଡାଉନ୍ ଘୋଷଣା

ଚୀନ୍ରୁ ଉତ୍ପନ୍ନ ହୋଇଥିବା କରୋନା କବଳରେ ସାରା ବିଶ୍ବ ଏବେ କଲବଲ ହେଉଥିବା ବେଳେ, ସେଇ ଚୀନ୍ରେ ପୁଣି ଏକ ମହାମାରୀ ଦେଖାଦେଇଛି। ପ୍ଲେଗ୍ରେ ଗୋଟିଏ ସପ୍ତାହରେ ଦୁଇଜଣଙ୍କର ମୃତ୍ୟୁପରେ ଦେଶରେ ତତ୍ପରତା ପ୍ରକାଶ ପାଇଛି। ମଙ୍ଗୋଲିଆର ବିଭିନ୍ନ ଅଞ୍ଚଳରେ ଲକ୍ଡାଉନ୍ ଘୋଷଣା ହୋଇଛି।
ପ୍ଲେଗ୍ ସାଧାରଣତଃ ମୂଷା ଦ୍ବାରା ବ୍ୟାପିଥାଏ। ଖ୍ରୀଷ୍ଟପୂର୍ବ ୨୨୪ରେ ଚୀନ୍ରେ ପ୍ରଥମେ ଏହି ରୋଗ ଠାବ ହୋଇଥିଲା। ପରେ ଚତୁର୍ଦ୍ଦଶ ଶତାବ୍ଦୀ, ଅଷ୍ଟଦଶ ଶତାବ୍ଦୀ, ଉନବିଂଶ ଶତାବ୍ଦୀ ଓ ବିଂଶ ଶତାବ୍ଦୀରେ ଚୀନ୍ ମଧ୍ୟ ପ୍ଲେଗ୍ ଦ୍ବାରା ଆକ୍ରାନ୍ତ ହୋଇଥିଲା। ଚୀନ୍ରେ ଉନବିଂଶ ଶତାବ୍ଦୀରେ ୭୦ ହଜାର ଓ ବିଂଶ ଶତାବ୍ଦୀରେ ୬୦ ହଜାର ଲୋକ ପ୍ଲେଗ୍ ଯୋଗୁ ପ୍ରାଣ ହରାଇଥିଲେ।
ବ୍ରିଟିଶ୍ ଶାସନ ବେଳେ ଭାରତରେ ପ୍ରାୟ ଏକ କୋଟି ୩୫ ଲକ୍ଷ ଲୋକ ପ୍ଲେଗ୍ରେ ପ୍ରାଣ ହରାଇଥିଲେ। ୧୯୬୦ ମସିହା ପରେ ବିଶ୍ବରେ ପ୍ଲେଗ୍ର ଉପସ୍ଥିତି ପ୍ରାୟ ନଥିଲା।