Odisha Link
Bridging the Missing Links in Odisha

ବିଜେପିର ମିଶ୍ରଣ ପର୍ବ: ୨୦ରୁ ଉର୍ଦ୍ଧ୍ବ ଯୁବ ସମାଜସେବୀ ସାମିଲ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ୨୦ରୁ ଉର୍ଦ୍ଧ୍ୱ ଭୁବନେଶ୍ୱରର ଯୁବ ସମାଜସେବୀ ଓ ଯୁବନେତା ବିଜେପିିରେ ସାମିଲ ହୋଇଛନ୍ତି।

ସ୍ୱପ୍ନେନ୍ଦୁ ମହାନ୍ତି, ଆନନ୍ଦ ପାତ୍ର, ସ୍ମୃତିରଂଜନ, ସାହାଜାନ ଖାନ୍‌, ଇଜାଜ ଖାନ୍‌, ମୀର ଅଫସର୍‌, ବିଶ୍ୱନାଥ ପଣ୍ଡା, କିରନ କୁମାର ଭୋଇ, ସୁରେଶ କୁମାର ଜେନାଙ୍କ ସମେତ ୨୦ରୁ ଉର୍ଦ୍ଧ୍ୱ ଭୁବନେଶ୍ୱରର ଯୁବ ସମାଜସେବୀ ଓ ଯୁବନେତା ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

ରାଜ୍ୟ ସଭାପତି ଶ୍ରୀ ମହାନ୍ତି ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଏବଂ ଟୋପି ପିନ୍ଧାଇ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି । ଶ୍ରୀ ମହାନ୍ତି ସମସ୍ତ ନୂତନ ସଦସ୍ୟଙ୍କୁ ସ୍ୱାଗତ କରିବା ସହ ସାଧୁବାଦ ଜଣାଇଛନ୍ତି । ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଆଗାମୀ ଦିନରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଯୁବ ସମାଜକୁ ସୁଦୃଢ କରି ଏକ ନୂତନ ଓଡିଶା ଗଠନ ଦିଗରେ ନିଜକୁ ସାମିଲ କରିବା ଲକ୍ଷ୍ୟ ନେଇ ବିଜେପିରେ ସାମିଲ ହୋଇଛନ୍ତି ବୋଲି ସଦ୍ୟ ଯୋଗ ଦେଇଥିବା ଯୁବନେତାମାନେ କହିଛନ୍ତି ।

ଏହି ମିଶ୍ରଣ ପର୍ବରେ ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ମିଶ୍ରଣ ସମୟରେ କୋଭିଡ ନିୟମକୁ ପାଳନ କରି ସମସ୍ତେ ସାମାଜିକ ଦୂରତାକୁ ବଜାୟ ରଖିଥିଲେ ।

Comments are closed.