Odisha Link
Bridging the Missing Links in Odisha

୪୨ ହଜାର ଲିଟର ପିଡିଏସ କିରୋସିନ୍ ଜବତ

କଟକ: କଟକ ମଙ୍ଗୁଳି ନିକଟସ୍ଥ ଏକ ଗ୍ୟାରେଜରୁ ବିପୁଳ ପରିମାଣର କିରୋସିନ ଜବତ କରିଛି ସ୍ପେଶାଲ ଟାସ୍କ ଫୋର୍ସ। ଖ‌ବର ପାଇ ଏହି ଗ୍ୟାରେଜ ଉପରେ ଚଢାଉ କରାଯାଇଥିଲା। ଚଢାଉ ସମୟରେ ବେଆଇନ ଭାବେ ଗଚ୍ଛିତ ଥିବା ୪୨ହଜାର ଲିଟର ପିଡିଏସ କିରୋସିନ ଜବତ କରାଯାଇଛି। ୯ଟି ତେଲଟ୍ୟାଙ୍କର, ଗୋଟିଏ ଟାଟା ମ୍ୟାଜିକ ଗାଡି, ୩ଟି ବିଦ୍ୟୁତ ମୋଟର, ଗୋଟିଏ ହୋଣ୍ଡାଜେନେରେଟର ଏବଂ ପ୍ରାୟ ୩୦ ହଜାର ଟଙ୍କା ଜବତ ହୋଇଛି ।
ଗ୍ୟାରେଜ ମାଲିକ ତଥା ଏହି ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା କଟକ ସହରର ବୁଲୁ ବେହେରା ଖସି ପଳାଇବାରେ ସକ୍ଷମ ହୋଇଛି । ଅଭିଯୋଗ ଅନୁସାରେ ଦୀର୍ଘଦିନ ଧରି ଏଠାରେ ବେଆଇନ ତେଲ କାରବାର ଚାଲୁଥିଲା କିରୋସିନରେ କେମିକାଲ ମିଶାଇବା ସହିତ ଏହାକୁ ପେଟ୍ରୋଲ ଏବଂ ଡିଜେଲରେ ମିଶ୍ରଣ କରାଯାଇ ବିକ୍ରି କରାଯାଉଥିଲା ।

Comments are closed.