Odisha Link
Bridging the Missing Links in Odisha

ବଡ଼ ଖବର: ରାଜ୍ୟରେ ୫୦ ହଜାର ଟପିଲା ପଜିଟିଭ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ କରୋନା ସଂକମ୍ରଣ। ଜୁଲାଇ ମାସ ପରି ଅଗଷ୍ଟ ମାସରେ ମଧ୍ୟ କରୋନା ଗ୍ରାଫ୍‌ ଉପରମୁହାଁ। ଆଜି ରାଜ୍ୟର ୩୦ ଜିଳ୍ଲାରୁ ପୁଣି ୧୮୭୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୬୭୨ ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୧୮୨ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬୯୪ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜି ପୁଣିଥରେ ଗଞ୍ଜାମକୁ ପଛରେ ପକାଇଛି ଖୋର୍ଦ୍ଧା ଜିଲ୍ଲା। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗଞ୍ଜମାରୁ ୨୬୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏଥିସହିତ ଅନୁଗୁଳରୁ ୧୫, ବାଲେଶ୍ୱରରୁ ୮୧, ବରଗଡ଼ ୧୫, ଭଦ୍ରକ ୫୦, ବଲାଙ୍ଗୀର ୩୧, ବୌଦ୍ଧ ୧୦, କଟକ ୧୦୯ ,ଦେବଗଡ଼ ୨, ଢେଙ୍କାନାଳ ୩୬, ଗଜପତି ୭୧, ଜଗତସିଂହପୁର ୨୬, ଯାଜପୁର ୫୩, ଝାରସୁଗୁଡା ୬, କଳାହାଣ୍ଡି ୪୧, କନ୍ଧମାଳ ୩୦, କେନ୍ଦ୍ରାପଡା ୫୮, କେନ୍ଦୁଝର ୨୧, କୋରାପୁଟ ୭୭, ମାଲକାନଗିରି ୨୪, ମୟୁରଭଞ୍ଜ ୭୦, ନବରଙ୍ଗପୁର ୩୦, ନୟାଗଡ଼ ୧୦୫,ନୂଆପଡା ୩, ପୁରୀ ୮୦, ରାୟଗଡା ୯୮, ସମ୍ବଲପୁର ୩୬ , ସୋନପୁର ୨୨ ସୁନ୍ଦରଗଡ ରୁ ୧୧୯ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୦,୬୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୫,୫୦୯ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୪ ହଜାର ୮୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Comments are closed.