Odisha Link
Bridging the Missing Links in Odisha

ଆଜି ଯୁକ୍ତ ୨ ବିଜ୍ଞାନ ଫଳ: କେମିତି ଜାଣିବେ ରେଜଲ୍ଟ, ଜାଣନ୍ତୁ

ଭୁବନେଶ‌୍ବର: ଆଜି ମଧ୍ୟାହ୍ନରେ ବାହାରିବ ଯୁକ୍ତ ୨ ବିଜ୍ଞାନ ଫଳାଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ ବିଜ୍ଞାନ ବିଭାଗ ପରୀକ୍ଷା ଫଳ ଆଜି ଅପରାହ୍ନ ସାଢ଼େ ୧୨ଟାରେ ପ୍ରକାଶ ପାଇବ। ମହାମାରୀ କରୋନା ପାଇଁ ଖାତା ଦେଖାରେ ବିଳମ୍ବ ହୋଇଥିଲା। ଆଜି ପରିଷଦ ପରିସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚିତ କରିବେ। ତାପରେ ଛାତ୍ରଛାତ୍ରୀ ମାନେ   http://orissaresults.nic.in/ ନିଜର ପରୀକ୍ଷା ଫଳାଫଳ ଦେଖିପାରିବେ।

ସେହିପରି କଲେଜଗୁଡ଼ିକ  https://www.samsodisha.gov.in/ ଏ-ସ୍ପେଶରେ ନିଜ କଲେଜର ରେଜଲ୍ଟ ଜାଣିପାରିବେ। ଛାତ୍ରଛାତ୍ରୀ ମାନେ ଅନଲାଇନରେ କିମ୍ବା ନିଜ କଲେଜରୁ ପରୀକ୍ଷା ଫଳ ସଂଗ୍ରହ କରିପାରିବେ। ଏଥିସହିତ ଛାତ୍ରଛାତ୍ରୀ କିମ୍ବା ଅଭିଭାବକ ୦୬୭୪-୨୩୦୦୯୧୪ ନମ୍ବରକୁ କଲ୍‌ କରି ବୁଝି ପାରିବେ ବୋଲି ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି।

ସୂଚନାଥାଉକି, ଚଳିତବର୍ଷ ୯୮ ହଜାର ୫୩୬ ଜଣ ଛାତ୍ରଛାତ୍ରୀ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଦେଇଛନ୍ତି।

Comments are closed.