Odisha Link
Bridging the Missing Links in Odisha

ମିଶନ୍ ଶକ୍ତି ମହିଳାଙ୍କୁ ମିଳିବ ବିନା ସୁଧରେ ଋଣ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଭୁବନେଶ୍ବର ଓ କଟକରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ୨ଟି ଶାଖା ସହିତ ୨୮ଟି ଜିଲ୍ଲାରେ ୨୮ଟି ଜିଲ୍ଲା ସେଲସ୍‌ ହବ୍‌ ର ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି। ମିଶନ୍‌ ଶକ୍ତି ମହିଳା ମାନଙ୍କୁ ବିନା ସୁଧରେ ଏଣିକି ଋଣ ମିଳିବ ବୋଲି ନବୀନ ଘୋଷଣା କରିଛନ୍ତି। ଅର୍ଥନୈତିକ ଅନ୍ତର୍ଭୁକ୍ତିରେ ମହିଳା ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ତେଣୁ ବ୍ୟାଙ୍କ ମାନେ ଗ୍ରାମାଞ୍ଚଳର ଅଧିକର ଅଧିକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ବିନା ସୁଧରେ ଋଣ ଯୋଗାଇଦେବାକୁ ବ୍ୟାଙ୍କ ଗୁଡ଼ିକୁ ପରାମର୍ଶ ଦେଇଛନ୍ତି ନବୀନ।

Comments are closed.