Odisha Link
Bridging the Missing Links in Odisha

ଓଡ଼ିଆ ନ୍ୟୁଜ୍‌ ଚ୍ୟାନେଲ୍ ‘ବଡ଼ ଖବର’ର ଲୋଗୋ ଉନ୍ମୋଚିତ

ଭୁବନେଶ୍ବର: ଓଡ଼ିଆ ଖବର ଦୁନିଆରେ ପାଦ ଥାପିଛି ଆଉ ଏକ ନୂଆ ଚ୍ୟାନେଲ୍। ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ନେତୃତ୍ବରେ ଆରମ୍ଭ ହେବାକୁ ଥିବା ଏହି ନୂଆ ଚ୍ୟାନେଲର ଲୋଗୋ ଆଜି ଭର୍ଚୁଆଲ ପ୍ଲାଟଫର୍ମରେ ଉନ୍ମୋଚିତ ହୋଇଛି। ଏହି ଚ୍ୟାନେଲର ନାମ ରହିଛି ‘ବଡ଼ ଖବର’।

ଲୋଗୋ ଉନ୍ମୋଚନ ଅବସରରେ ‘ବଡ଼ ଖବର’ର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ କହିଛନ୍ତି ଯେ, ସ୍ବାଧୀନତା ଦିବସ ପୂର୍ବରୁ ଆମକୁ ବିଦେଶୀ ଶକ୍ତି ଅଲଗା କରିଥିବା ବେଳେ ଏବେ ଗୋଟିଏ ବିଦେଶୀ ଭୂତାଣୁ ଆମକୁ ପରସ୍ପର ଠାରୁ ଦୂରେଇ ଦେଇଛି। ଜନତାଙ୍କର କହିବା ଅଧିକାର ଛଡ଼େଇ ନିଆଯାଇଛି। ଏଭଳି ଏକ ଘଡ଼ିସନ୍ଧି ମୁହୁର୍ତ୍ତରେ ଲୋକଙ୍କୁ ଏକାଠି କରିବା ପାଇଁ, ଲୋକଙ୍କ ସ୍ବାର୍ଥ ଲାଗି ଲଢ଼େଇ କରିବା ପାଇଁ ଆମେ ନୂଆ ଚ୍ୟାନେଲକୁ ଏକ ଆନ୍ଦୋଳନ ଭାବରେ ଠିଆ କରିବାର ଉଦ୍ୟମ କରୁଛୁ ବୋଲି ଶ୍ରୀ ଦାସ କହିଥିଲେ।

ଗଣମାଧ୍ୟମ ସାଲିସ୍‌ କରୁଛି ଓ ଚୁପ୍‌ ରହୁଛି ବୋଲି କହିବ ସହ ଗଣମାଧ୍ୟମର ଏଭଳି ଅକ୍ଷମତା ତାଙ୍କ ଭିତରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଶ୍ରୀ ଦାସ କହିଛନ୍ତି। ଅଧିକାଂଶ ଗଣମାଧ୍ୟମ ସଂସ୍ଥା ପୁଞ୍ଜିପତି ଓ ନିଜର ସ୍ବାର୍ଥସାଧନ ପାଇଁ ସେମାନେ ଗଣମାଧ୍ୟମ ସଂସ୍ଥା ଆରମ୍ଭ କରୁଛନ୍ତି। କିନ୍ତୁ ଆମ ପାଖରେ ଅର୍ଥବଳ ନାହିଁ କି କ୍ଷମତା ନାହିଁ। ଆମେ ଲୋକଙ୍କର ବଳକୁ ନେଇ ‘ବଡ଼ ଖବର’ର ସ୍ବପ୍ନ ଦେଖିଛୁ ବୋଲି ସେ କହିଛନ୍ତି। ଏହା ସାଧାରଣ ଲୋକଙ୍କ ମୁଖପାତ୍ର ହେବ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି।

ଶ୍ରୀ ଦାସ କହିଥିଲେ ଯେ ତାଙ୍କର ଏ ନୂଆ ଚ୍ୟାନେଲ ଲୋକଙ୍କ ସହ ରହିବ, ଲାକଙ୍କ କଥା କହିବ ଏବଂ ଲୋକଙ୍କ ପ୍ରଶ୍ନକୁ ସାମ୍ବିଧାନିକ ପଦରେ ‌ଥିବା ବ୍ୟକ୍ତିଙ୍କୁ ନିର୍ଭୟରେ ପଚାରିବ।

Comments are closed.