ପୁଲିସ ଉପସ୍ଥିତିରେ ଦୁର୍ବୃତ୍ତଙ୍କ ବୋମା ମାଡ଼

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଦଳେଇପୁଟରେ ପୁଣି ଥରେ ବୋମା ମାଡ଼ ହୋଇଛି। ପୁଲିସ ଉପସ୍ଥିତିରେ କିଛି ଦୁର୍ବୃତ୍ତ ବୋମା ମାଡ଼ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପୋଲିସ ଉପସ୍ଥିତିରେ ଟୁକୁନି ସ୍ବାଇଁଙ୍କ ଘରକୁ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ। ସିସିଟିଭିରେ ବୋମାମାଡ ଦୃଶ୍ୟ କଏଦ ହୋଇଛି।
ସୂଚନା ଅନୁସାରେ, ଗତ ୧୧ ଓ ୧୮ତାରିଖରେ ଏହି ଗ୍ରାମର ହୃଦାନନ୍ଦ ସାହୁଙ୍କ ଘରକୁ ବୋମା ମାଡ଼ ହୋଇଥିଲା। ଏହାପରେ ଏଠାରେ ପୁଲିସ ସୁରକ୍ଷା ଦିଆଯାଇଥିଲା। ଗୋଟିଏ ପରିବାରକୁ ୪ ଜଣ ପୁଲିସ କର୍ମଚାରୀ ସୁରକ୍ଷା ଦେଇ ଆସୁଥିଲାବେଳେ ଗତକାଲି ପୁଲିସ ଉପସ୍ଥିତିରେ ପୁଣିଥରେ ବୋମା ମାଡ଼ ହୋଇଛି। ଯାହାଦ୍ବାରା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ପୂର୍ବରୁ ହୋଇଥିବା ବୋମା ମାଡ଼ ଘଟଣାରେ ଜଣେ ଗିରଫ ହୋଇଥିବା ସୂଚନା ମିଳିଛି।