Odisha Link
Bridging the Missing Links in Odisha

ବିପଦ ସଙ୍କେତ ଛୁଇଁଲା ବୈତରଣୀ

ଭଦ୍ରକ : ଆଖୁଆପଦା ଠାରେ ବିପଦ ସଙ୍କେତ ଛୁଇଁଲା ବୈତରଣୀ। ୧୭.୮୩ ମିଟର ରହିଥିବା ବେଳେ ବର୍ତ୍ତମାନ ଜଳସ୍ତର ୧୭.୮୩ ମିଟରରେ ପ୍ରବାହିତ ହେଉଛି। ଉପର ମୁଣ୍ଡରେ ବର୍ଷା ହୋଇଥିବା ଯୋଗୁଁ ବୈତରଣୀ ନଦୀରେ ଅଧିକ ଜଳ ପ୍ରବାହିତ ହେଉଛି। କାଲି ଠାରୁ ନଦୀରେ ଧୀରେ ଧୀରେ ପାଣି ବଢୁଥିବା ବେଳେ ଆଜି ସକାଳୁ ବିପଦ ସଙ୍କେତ ଛୁଇଁଛି।

 ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି ତାହା ରେକର୍ଡ ଆସିବା ପରେ ବୈତରଣୀର ବନ୍ୟା ସ୍ଥିତି କିପରି ରହିବ ତାହା ଆକଳନ କରିହେବ। ବର୍ତ୍ତମାନ ତଳ ମୁଣ୍ଡରେ ବର୍ଷା ପାଣି ଜମି ରହିଥିବା ବେଳେ ସେପଟେ ବୈତରଣୀ ନଦୀର ବନ୍ୟା ଜଳ ବିପଦ ସଙ୍କେତ ଟପିଛି। ଏହାକୁ ନେଇ ତଳିଆ ଅଞ୍ଚଳ ବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଗତକାଲି ଜ଼ିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ଜଳସମ୍ପଦର ଅଧିକାରୀମାନେ ଆଖୁଆପଦାରେ ପହଁଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

Comments are closed.