Odisha Link
Bridging the Missing Links in Odisha

୫୫ ହଜାରରେ ନିଲାମ ହେଲା ବିଦ୍ୟାଙ୍କ ସମ୍ବଲପୁରୀ ଶାଢୀ

ଭୁବନେଶ୍ୱର : ଅଭିନେତ୍ରୀ ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ବାନ୍ଧ ‘ଶ୍ରୀଗଣିତ ଶାଢ଼ୀ’ ନିଲାମ ହୋଇଛି। ୫୫ ହଜାର ଟଙ୍କାରେ ଏହା ନିଲାମ କରାଯାଇଛି। ଏହି ଶାଢ଼ୀ ବିକ୍ରିର ସମସ୍ତ ଅର୍ଥ ବୁଣାକାର ଭାଗବତ ମେହେରଙ୍କୁ ପ୍ରଦାନ କରାଯିବ।

ପ୍ରକାଶ ଯେ, ଗତ ଅଗଷ୍ଟ ୧୫ରୁ ୨୦ ପର୍ଯ୍ୟନ୍ତ ଏହାର ନିଲାମୀ ହୋଇଥିଲା। ଆଗ୍ରହୀ ବ୍ୟକ୍ତିମାନେ ଗୁଗୁଲ ଫର୍ମସରେ ନିଲାମ ପାଇଁ ଆବେଦନ କରିଥିଲେ। ଉତ୍କଳ ଅମ୍ରିତା ବ୍ରାଣ୍ଡ ନାଁରେ ଏହାକୁ ବିଦ୍ୟା ବାଲାନଙ୍କ ପାଖରେ ପହଁଚାଇଥିଲେ ସାବତ ଏକ୍ସପୋର୍ଟ। ଶ୍ରୀଗଣିତ ଶାଢ଼ୀ ବାବଦରେ ଜାଣିବା ପରେ ନିଜେ ବିଦ୍ୟା ବାଲାନ ଏହାକୁ ପିନ୍ଧିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଚଳଚ୍ଚିତ୍ର ଶକୁନ୍ତଳାର ରିଲିଜ ପୂର୍ବଦିନ ବିଦ୍ୟା ଏହାକୁ ପିନ୍ଧିବା ସହ ସୋସିଆଲ ମିଡ଼ିଆରେ ବୁଣାକାରଙ୍କୁ ଢେ଼ର ପ୍ରଶଂସା କରିଥିଲେ। ପରେ ସେ ପିନ୍ଧିଥିବା ଶାଢ଼ୀଟି ଫେରାଇ ଦେଇଥିଲେ। ଏହାକୁ ନେବାପାଇଁ ଅନେକଙ୍କ ମନରେ ଆଗ୍ରହ ସୃଷ୍ଟି ହେବାରୁ ଏହାର ନିଲାମ କରାଯାଇଥିଲା।

Comments are closed.