Odisha Link
Bridging the Missing Links in Odisha

କରୋନା : ବ୍ରହ୍ମପୁରରୁ ହଟିଲା କଟକଣା

ଭୁବନେଶ୍ୱର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରହ୍ମପୁରକୁ ଯା’ ଆସ ଉପରେ କଟକଣା ଲାଗିଥିଲା। କିନ୍ତୁ ଆଜି ଠାରୁ ଏହି କଟକଣା ହଟାଇ ଦିଆଯାଇଛି । ଫଳରେ ବ୍ରହ୍ମପୁରକୁ ଯିବା ଆସିବା ଉପରେ ଆଉ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ଅପରପକ୍ଷରେ ଦୋକାନ ବଜାର ଖୋଲିବା ସମୟ ମଧ୍ୟ ବୃଦ୍ଧି କରାଯାଇଛି । ଫଳରେ ବ୍ୟବସାୟିକ କାରବାର ଜୋରଦାର ହୋଇପାରିବ ।

ପ୍ରକାଶ ଯେ, ପ୍ରବାସୀ ଓଡ଼ିଆଙ୍କ ଆଗମନ ପରେ ଗଞ୍ଜାମ ରାଜ୍ୟର ସବୁଠାରୁ ବଡ଼ ହଟସ୍ପଟ ଜିଲ୍ଲା ପାଲଟି ଯାଇଥିଲା। ଗଞ୍ଜାମରେ ହୁ ହୁ ହୋଇ କରୋନା ସଂକ୍ରମଣ ବୃଦ୍ଧି ପାଇଥିଲା। ଏହାକୁ ଆଖି ଆଗରେ ରଖି ଗଞ୍ଜାମ ଜିଲ୍ଲାକୁ ଯିବା ଆସିବା ଉପରେ କଟକଣା ଲାଗିଥିଲା । ସେହିପରି ବ୍ରହ୍ମପୁର ସହରରେ କରୋନା ସଂକ୍ରମଣ ବ୍ୟାପୁଥିବାରୁ ବ୍ରହ୍ମପୁରରେ ବି କଡ଼ା କଟକଣା ଲଗା ଯାଇଥିଲା। ଅନ୍ୟ ସହରର ଲୋକ ବ୍ରହ୍ମପୁରକୁ ବା ବ୍ରହ୍ମପୁରରୁ ଅନ୍ୟ ସହରକୁ ଯିବା ଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । କିନ୍ତୁ ଧିରେଧିରେ ସ୍ଥିତିରେ ସୁଧାର ଆସିଛି । ସେରୋ ସର୍ଭେରେ ବ୍ରହ୍ମପୁରର ଏକ ତୃତୀୟାଂଶ ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ଦେଖିବାକୁ ମିଳିଥିଲା । ଏସବୁକୁ ଅନୁଶୀଳନ କରିବା କରେ ଆଜିଠାରୁ ପ୍ରତିବନ୍ଧକ ହଟାଇ ଦିଆଯାଇଛି ।

Comments are closed.