Odisha Link
Bridging the Missing Links in Odisha

ମୋ ପାଇଁ ପଦ ବଡ଼ ନୁହେଁ, ଦେଶ ଗୁରୁତ୍ବପୂର୍ଣ୍ଣ: କପିଲ ସିବଲ

ନୂଆଦିଲ୍ଲୀ: କଂଗ୍ରେସରେ ଚାଲିଥିବା ଅନ୍ତଃକନ୍ଦଳ ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ। ଗତକାଲି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ୨୩ ନେତା ଦଳର ନେତୃତ୍ୱରେ ପରିବର୍ତ୍ତନ ଆଣିବାକୁ ଲେଖିଥିବା ଏକ ଚିଠିକୁ ନେଇ ଚର୍ଚ୍ଚା ଥମୁନାହିଁ। ବୈଠକରେ ସୋନିଆ ଗାନ୍ଧୀ ଦଳର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ଭାବରେ ପୁନଃନିର୍ବାଚିତ ହେବା ପରେ ଚିଠି ଲେଖିଥିବା ନେତା ଆଗାମୀ ରଣନୀତି ସମ୍ପର୍କରେ ଏକ ବୈଠକ କରିଥିଲେ। କପିଲ ସିବଲ ଟୁଇଟ୍ କରି କହିଛନ୍ତି ଯେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏଥି ସହିତ ନିଲମ୍ବିତ ନେତା ସଞ୍ଜୟ ଝା ଏହାକୁ ଅନ୍ତର ଆରମ୍ଭ ବୋଲି କହିଛନ୍ତି।

ଆଜି କପିଲ ସିବଲ ଟୁଇଟ କରି କହିଛନ୍ତି ଯେ, ଏହା ଏକ ପଦ ପଦବୀ ବିଷୟର ନୁହେଁ। ଏହା ମୋ ଦେଶ ବିଷୟରେ ଯାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଅପରପକ୍ଷେ, କଂଗ୍ରେସ ଦଳରୁ ନିଲମ୍ବିତ ହୋଇଥିବା ନେତା ସଞ୍ଜୟ ଝା କହିଛନ୍ତି ଯେ, ଏ ତ ଅନ୍ତର ଆରମ୍ଭ।

ଗତକାଲି ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ବିରୋଧ କରି ସିବଲ ଟୁଇଟ୍ କରିଥିଲେ। ପରେ ସେ ରାହୁଲଙ୍କ ସହ କଥା କଥାହୋଇ ଏହି ଟ୍ୱିଟକୁ ପ୍ରତ୍ୟାହାର କରି ଦେଇଥିଲେ।

Comments are closed.