Odisha Link
Bridging the Missing Links in Odisha

ଘୁଞ୍ଚାଯାଉ ଏନଇଇଟି ଓ ଜେଇଇ ପରୀକ୍ଷା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଏନଇଇଟି ଓ ଜେଇଇ ପରୀକ୍ଷା ଘୁଞ୍ଚାଇବାକୁ ଚିଠି ଲେଖିଲେ ମୁଖ୍ୟମ। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶକଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ଉଲ୍ଳେଖ କରିଛନ୍ତି ଯେ, ଆସନ୍ତା ସେପ୍ଟେମ୍ବର ୧ରୁ ୬ ପର୍ଯ୍ୟନ୍ତ ଜେଇଇ ମେନ ପରୀକ୍ଷା ଓ ସେପ୍ଟେମ୍ବର ୧୩ରେ ଏନଇଇଟି ପରୀକ୍ଷା କରିବା ପାଇଁ ନାସନାଲ ଟେଷ୍ଟିଂ ଏଜେନ୍ସୀ ଦିନ ଧାର୍ଯ୍ୟ କରିଛନ୍ତି । ଓଡ଼ିଶାରେ ୫୦ ହଜାରରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଏନଇଇଟି ଓ ପ୍ରାୟ ୪୦ ହଜାର ଛାତ୍ରଛାତ୍ରୀ ଜେଇଇ ମେନ ପରୀକ୍ଷା ଦେବା ପାଇଁ ଆବେଦନ କରିଛନ୍ତି । ତେବେ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷା ଦେବାର ଥିଲେ ମଧ୍ୟ ଏନଏଟି ମାତ୍ର ୭ ସହରରେ ପରୀକ୍ଷା କେନ୍ଦ୍ର କରିଛନ୍ତି ।

କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ପିଲାମାନେ ଯଦି ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ଦିଅନ୍ତି ତେବେ ତାହା ନିରାପଦ ହେବନାହିଁ । ସେହିପରି କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଜିଲ୍ଲାରେ ହଠାତ ସଟଡାଉନ ଓ ଲକଡାଉନ ବି ଘୋଷଣା କରାଯାଉଛି । ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ପରିବହନ ବାଧାପ୍ରାପ୍ତ ହେଉଛି । ସେହିପରି ଓଡ଼ିଶାରେ ବହୁ ଆଦିବାସୀ ଅଞ୍ଚଳ ଥିବାବେଳେ ତାହା ସହରାଅଞ୍ଚଳ ପରୀକ୍ଷା କେନ୍ଦ୍ରଠାରୁ ବହୁ ଦୂରରେ ରହିଛି । ତେଣୁ ସେହିସବୁ ଅଞ୍ଚଳର ପିଲାମାନେ ପରୀକ୍ଷା ଦେବା ପାଇଁ ଅସମର୍ଥ ହେବାର ଆଶଙ୍କା ରହିଛି । ଏହାକୁ ବିଚାରକୁ ନେଇ ଜେଇଇ ମେନ ଓ ଏନଇଇଟି ପରୀକ୍ଷା ଘୁଞ୍ଚାଇବାକୁ ନବୀନ ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଜେଇଇ (ମେନ) ପରୀକ୍ଷା ଏପ୍ରିଲ ମାସ ୫ ତାରିଖରେ ହେବାକୁ ଥିବାବେଳେ ମେଡିକାଲ ପ୍ରବେଶିକା ପରୀକ୍ଷା ଏନଇଇଟି ପରୀକ୍ଷା ମେ ୩ ତାରିଖରେ ହେବାର ଥିଲା । ଭାରତରେ କରୋନା ଭାଇରସ ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ମଙ୍ଗଳବାରଦିନ ୨୧ ଦିନିଆ ଲକଡାଉନ ଘୋଷଣା କରିଥିଲେ । ତେବେ ଏହି ସମୟରେ ଅତ୍ୟାବଶ୍ୟକ ସେବା ଜାରି ରହିବ ।