Odisha Link
Bridging the Missing Links in Odisha

ରାଜ୍ୟରେ ବନ୍ୟା : ବିଡ଼ିଓ ଓ ତହସିଲଦାର ଅଟକ

ବାଲେଶ୍ୱର: ଲଘୁଚାପ ବର୍ଷା ପ୍ରଭାବରେ ରାଜ୍ୟରେ ସବୁଠି ଜଳ ହିଁ ଜଳ। ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ କେଉଁଠି ଚାଷ ଜମି ବୁଡ଼ିଯାଇଛି ତ କେଉଁଠି ରାସ୍ତାରେ ପାଣି ଚାଲୁଛି। ଏହି ପରିସ୍ଥିତି ଭିତରେ ସ୍ଥିତି ଅନୁଧ୍ୟାନ କରିବାକୁ ଯାଇଥିବା ବିଡ଼ିଓ ଏବଂ ତହସିଲଦାରଙ୍କୁ ବନ୍ୟା ପୀଡ଼ିତ ଅଟକ ରଖିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ବସ୍ତା ସାନଖୁଡ଼ି ଗାଁକୁ ଆଜି ଉଭୟ ବିଡିଓ ଏବଂ ତହସିଲଦାର ବନ୍ୟା ପରିସ୍ଥିତି ଦେଖିବାକୁ ଯାଇଥିଲେ ।

ଏନଡିଆରଏଫ ଟିମ ସହ ଉଭୟ ଯାଇଥିବାବେଳେ ବନ୍ୟା ଜଳରେ ବେହାଲ ଗ୍ରାମବାସୀ ସେମାନଙ୍କୁ ଘେରିଥିଲେ । ବାରମ୍ବାର ଅଭିଯୋଗ ସତ୍ତ୍ୱେ ଜଳ ନିଷ୍କାସନ ବ୍ୟବସ୍ଥା ନହେବାକୁ ନେଇ ଲୋକେ ତାତିଥିଲେ । ତେବେ ଖବର ଲେଖା ସୁଦ୍ଧା ଏହାର ସ୍ଥାୟୀ ପ୍ରତିକାର ପ୍ରତିଶ୍ରୁତି ନମିଳିଲେ ଉଭୟ ପ୍ରଶାସନିକ ଅଧିକାରୀଙ୍କ ନଛାଡ଼ିବାକୁ ଗ୍ରାମବାସୀ ଅଡ଼ିବସିଛନ୍ତି ।

Comments are closed.