Odisha Link
Bridging the Missing Links in Odisha

ଭଟ୍ଟାରିକା ମନ୍ଦିରରେ ପଶିଲା ବନ୍ୟାଜଳ

କଟକ : ମା’ଭଟ୍ଟାରିକାଙ୍କ ମନ୍ଦିରରେ ପଶିଲା ବନ୍ୟାଜଳ। ଗତକାଲି ରାତି ପ୍ରାୟ ୧ଟା ସମୟରେ ମନ୍ଦିରକୁ ଭିତରକୁ ବନ୍ୟାଜଳ ପ୍ରବେଶ କରିଥିବା ଜଣାପଡ଼ିଛି। ମହାନଦୀରେ ପ୍ରବାହିତ ବନ୍ୟାଜଳ ଭଟ୍ଟାରିକା ମନ୍ଦିର ଭିତରେ ପ୍ରବେଶ କରିଛି ଫଳରେ ମନ୍ଦିରଟି ଜଳମଗ୍ନ ହୋଇଯାଇଛି। ମନ୍ଦିର ଭିତରେ ବନ୍ୟାଜଳ ପଶିବା କାରଣରୁ ମା’ଙ୍କ ଚଳନ୍ତି ପ୍ରତିମାକୁ ପୂଜାର୍ଚ୍ଚନା ତଥାନୀତି କାର୍ଯ୍ୟ ପାଇଁ ନିକଟସ୍ଥ ପାହାଡ଼ି ମନ୍ଦିରକୁ ସ୍ଥାନାନ୍ତରିତ କରାଯାଇଛି। ସେଠାରେ ସେବକମାନଙ୍କ ଦ୍ୱାରା ଯଥାବିଧି ରୀତିନୀତିରେ ମା’ଙ୍କୁ ପୂଜାର୍ଚ୍ଚନା କରାଯିବ। ଏନେଇ ବଡ଼ମ୍ବାର ତହସିଲଦାର ଅନିଲ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

Comments are closed.