Odisha Link
Bridging the Missing Links in Odisha

ଭାରତ ସରକାରଙ୍କ ଅବହେଳା ଚିନ୍ତାଜନକ: ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ। ସେ କହିଛନ୍ତି ଯେ ଦେଶରେ ୩୦ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହେଲେ ଏହାର ମୁକାବିଲା କରିବା ପାଇଁ ସରକାରଙ୍କ ପାଖରେ କୌଣସି ଭ୍ୟାକସିନ୍‌ ନାହିଁ।

ଆଜି ରାହୁଲ ଟୁଇଟ କରି ଲେଖିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଭ୍ୟାକସିନ୍‌କୁ ନେଇ କୌଣସି ସୂଚନା ନାହିଁ। ଭାରତ ସରକାରଙ୍କ ଅବହେଳା ଚିନ୍ତାଜନକ ବୋଲି ରାହୁଲ କହିଛନ୍ତି। ଏହା ପୂର୍ବରୁ ରାହୁଲ ଗାନ୍ଧୀ ଅଗଷ୍ଟ ୧୪ରେ କହିଥିଲେ ଯେ, ଭାରତ କରୋନା ଭ୍ୟାକସିନ୍‌ ଉତ୍ପାଦକ ଦେଶ ମଧ୍ୟରୁ ଗୋଟିଏ ହେବ। ସରକାର କରୋନା ଟିକାର ବ୍ୟବହାର ଓ ଏହାର ବିତରଣ ଉପରେ ଏବେଠୁ ଧ୍ୟାନ ଦେବା ଦରକାର ବୋଲି କହିଥିଲେ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆଜି ସକାଳ ୮ଟା ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩,୧୦,୨୩୪ ରେ ପହଁଞ୍ଚିଛି। ସେମଧ୍ୟରୁ ୬୦,୪୭୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏଥିସହିତ ୭,୨୫,୯୯୧ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଅପରପକ୍ଷେ ଏପର୍ଯ୍ୟନ୍ତ ୨୫,୨୩,୭୭୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାହା ଏକ ଆାଶ୍ବସ୍ତିକର ଖବର।

Comments are closed.