Odisha Link
Bridging the Missing Links in Odisha

ବିରୁଷ୍କା ଦେଲେ ଖୁସି ଖବର

ମୁମ୍ବାଇ: ବିରୁଷ୍କା ଦେଲେ ଖୁସି ଖବର। ମାଆ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା। ନୂଆ ଅତିଥି ଘରକୁ ଆସିବା ନେଇ ସୋଶିଆଲ ମିଡିଆ ଜରିଆରେ ନିଜ ଫ୍ୟାନ୍‌ମାନଙ୍କୁ ଜଣାଇଛନ୍ତି ବିରୁଷ୍କା। ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ନିଜ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି ଯେ, ୨୦୨୧ ରେ ନୂଆ ସଦସ୍ୟ ଆସିବାକୁ ଯାଉଛି ଏବଂ ଆମେ ତିନି ଜଣ ହେବୁ। ଏହି ଫଟୋରେ ଅନୁଷ୍କା ବେବି ବମ୍ପ ସହ ଦେଖା ଯାଉଛନ୍ତି।  ଅନୁଷ୍କା ଶର୍ମାଙ୍କର ଏହି ପୋଷ୍ଟ ପରେ ତାଙ୍କ ଫ୍ୟାନ୍‌ ମାନଙ୍କ ତରଫରୁ  ଶୁଭେଚ୍ଛାର ସୁଅ ଛୁଟିଛି।

Comments are closed.