ଗାଁ ଭିତରକୁ ପଶିଛି ବିରାଟ କୁମ୍ଭୀର, ଲୋକେ ଆତଙ୍କିତ

ଯାଜପୁର : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲ୍ଲର ଦତ୍ତପୁର ଗାଁ ଜଳାର୍ଣ୍ଣବ ହୋଇପଡ଼ିଛି। ପ୍ରବଳ ବନ୍ୟା ଜଳରେ ଗାଁ ଭିତରକୁ ଏକ ବିରାଟ କୁମ୍ଭୀର ପଶିଆସିଛି।
ବୈତରଣୀର ଶାଖା ନଦୀ କାଣି ନଦୀରୁ ଏକ ବିରାଟ କୁମ୍ଭୀର ଦତ୍ତପୁର ଗାଁକୁ ପଶିଆସିଛି। ଗାଁ ଦାଣ୍ଡରେ କୁମ୍ଭୀରକୁ ଦେଖି ଲୋକେ ଆତଙ୍କିତ ହୋଇଯାଇଛନ୍ତି। କିଛି ଲୋକ କୁମ୍ଭୀରକୁ ଘଉଡ଼ାଇବାକୁ ଉଦ୍ୟମ ଚଳାଇଥିବାବେଳେ ଆଉ କେତେକ ପାଚେରୀ ଓ ଛାତ ଉପରେ ଠିଆ ହୋଇ ବନ୍ୟାରେ ଗାଁ ଭିତରକୁ ପଶିଆସିଥିବା କୁମ୍ଭୀରର ମୋବାଇଲ୍ରେ ଫଟୋ ଉଠାଉଥିବା ଦେଖିବାକୁ ମିଳିଛି ।