Odisha Link
Bridging the Missing Links in Odisha

କୋରାପୁଟରେ ଶୁଭାରମ୍ଭ ହେଲା ପ୍ଲାଜ୍‌ମା ବ୍ୟାଙ୍କ୍

କୋରାପୁଟ: ରାଜ୍ୟରେ ଆରମ୍ଭ ହେଲା ଆଉ ଏକ ପ୍ଲାଜ୍‌ମା ବ୍ୟାଙ୍କ୍। କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଶୁଭାରମ୍ଭ ହେଲା ପ୍ଲାଜମା ବ୍ୟାଙ୍କ୍। ସଂଧ୍ୟା ୫ଟାରେ ଭିଡିଓ କନଫେରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି।

କୋରାପୁଟ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଆଖିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟରେ ଏକ ପ୍ଲାଜମା ବ୍ୟାଙ୍କର ଶୁଭାରମ୍ଭ କରିଛନ୍ତି। କରୋନା ରୋଗୀଙ୍କୁ ପ୍ଲାଜମା ଚିକିତ୍ସା ମାଧ୍ୟମରେ ସୁସ୍ଥ କରିବା ଲକ୍ଷ୍ୟ ନେଇ ଏହି ପ୍ଲାଜ୍‌ମା ବ୍ୟାଙ୍କ୍‌ ଆରମ୍ଭ କରାଯାଇଛି। ଏହି ପ୍ଲାଜ୍‌ମା ବ୍ୟାଙ୍କ ଦ୍ବାରା କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡା ଜିଲ୍ଲାରେ ରୋଗୀମାନେ ଏହାର ସୁଫଳ ପାଇପାରିବେ।

ସୂଚନାଯୋଗ୍ୟ, ଭୁବନେଶ୍ୱର, କଟକ, ବ୍ରହ୍ମପୁରରେ, ରାଉରକେଲାରେ ପ୍ଲାଜମା ବ୍ୟାଙ୍କ କାର୍ଯ୍ୟକାରୀ ହେଉଛି। ରାଜ୍ୟରେ ବଢ଼ୁଥିବା କରୋନା ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ପ୍ଲାଜ୍‌ମା ବ୍ୟାଙ୍କ ଶୁଭାରମ୍ଭକୁ ତ୍ବରାନିତ୍ବ କରାଯାଉଛି।

Comments are closed.