Odisha Link
Bridging the Missing Links in Odisha

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ ଗେଟ

ସମ୍ବଲପୁର : ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି। ଫଳରେ ହୀରାକୁଦ ଜଳଭଣ୍ଡାରକୁ ଅଧିକ ପରିମାଣର ବର୍ଷା ଜଳ ପ୍ରବେଶ କରୁଥିବାରୁ ଆଉ ୪ଟି ଗେଟ ଖୋଲି ଦିଆଯାଇଛି। ଏବେ ୧୬ଟି ଗେଟରେ ଜଳ ନିଷ୍କାସିତ ହେଉଛି। ଅପରପକ୍ଷରେ ତଳ ମୁଣ୍ଡରେ ବି ପ୍ରବଳ ବର୍ଷା ହୋଇଛି। ଫଳରେ ତଳମୁଣ୍ଡରେ ମହାନଦୀ ଫୁଲିବା ନେଇ ଆଶଙ୍କା ପ୍ରକାଶ ପାଇଛି । ତେବେ ସମ୍ପ୍ରତି ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନାଟି ହେଉଛି ଓଡ଼ିଶାକୁ ୩ ଦିନ ଧରି ଭସାଉଥିବା ଲଘୁଚାପ ଶେଷରେ ଝାଡ଼ଖଣ୍ଡ ପଳାଇଛି । ଲଘୁଚାପ ଏବେ ଦକ୍ଷିଣ ପଶ୍ଚିମ ଝାରଡ଼ଖଣ୍ଡ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି । ତେବେ ଏହାର ପ୍ରଭାବରେ ହେବାକୁ ଥିବା ବର୍ଷା ଆଶଙ୍କାରେ ରାଜ୍ୟର ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ହେଲା ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗିର, ସୋନପୁର ଓ ନବରଙ୍ଗପୁର ।

Comments are closed.