Odisha Link
Bridging the Missing Links in Odisha

କୋଭିଡ୍ କେୟାର ସେଣ୍ଟରରେ ପରିବାର, ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ

କଟକ: କରୋନା ଆକ୍ରାନ୍ତ ହୋଇ ପୁରା ପରିବାର କୋଭିଡ୍‌ କେୟାର ସେଣ୍ଟରରେ ଥିବାବେଳେ ଦୁର୍ବୃତ୍ତମାନେ ଘରେ କଳା କନା ବୁଲାଇଛନ୍ତି। ଏଭଳି ଘଟଣା ଘଟିଛି କଟକ ଖାନନଗର ବ୍ରାହ୍ମଣ ସାହିର କିଶୋର ଶତପଥିଙ୍କ ଘରେ। ଏନେଇ ପରିବାର ଲୋକେ ପୁଲିସ୍‌ରେ ଅଭିଯୋଗ କରିଥିଲେ ହେଁ ବର୍ତ୍ତମାନ ସୁଦ୍ଧା ଲୁଟ୍‌ କରିଥିବା ଲୁଟେରାଙ୍କ ସନ୍ଧାନ ମିଳିନାହିଁ।

ସୂଚନା ମୁତାବକ, କିଶୋର ଶତପଥିଙ୍କ ପୂରା ପରିବାର କରୋନା ଆକ୍ରାନ୍ତ ହୋଇ କୋଭିଡ୍‌ କେୟାରରେ ଭର୍ତ୍ତି ହୋଇଥିଲା। ଏହି ସମୟର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଙ୍କ ଘରର ତାଲା ଭାଙ୍ଗି ସୁନା-ଗହଣା, ରୂପା ଏବଂ ନଗଦ ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ପରିବାର ପକ୍ଷରୁ କଟକ ସ୍ଥିତ ବାଦାମବାଡି ଥାନାରେ ଏତଲା ଦେଇଛିନ୍ତି କିନ୍ତୁ ଏଯାବତ୍‌ ଲୁଟ୍‌ ହୋଇଥିବା ଗହଣା କିମ୍ବା ଲୁଟେରାଙ୍କ ପତ୍ତା ମିଳି ପାରି ନାହିଁ।

Comments are closed.