ମହରମ ଶୋଭାଯାତ୍ରାକୁ ସୁପ୍ରିମକୋର୍ଟଙ୍କ ନା

ନୂଆଦିଲ୍ଲୀ: ସମଗ୍ର ଦେଶରେ ମହରମ ଶୋଭାଯାତ୍ରାକୁ ଅନୁମତି ଦେବା ପାଇଁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପିଆଇଏଲକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଏଭଳି ନିର୍ଦ୍ଦେଶ ଦେବୁ ନାହିଁ ଯାହା ଫଳରେ କି ବହୁ ସଂଖ୍ୟକ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ସୁପ୍ରିକୋର୍ଟ ଆହୁରି କହିଛନ୍ତି ଯେ, ସମଗ୍ର ଦେଶ ପାଇଁ ଏହି ଆଦେଶ କିପରି ଦିଆଯାଇପାରିବ। ପ୍ରଧାନ ବିଚାରପତି ଏସ୍ ବବୋଡେ ଏବଂ ଜଷ୍ଟିସ୍ ଏସ୍ ବୋପାନ୍ନା ଏବଂ ଭି ରାମାସୁବ୍ରମଣ୍ୟାନ୍ କହିଛନ୍ତି ଯେ ଏହା ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରିବ ଏବଂ ବିଶୃଙ୍ଖଳା ସୃଷ୍ଟି କରିବ।
ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ଶୁଣାଣିରେ ବେଞ୍ଚ କହିଛନ୍ତି ଯେ ଆପଣ ସାଧାରଣ ଆଦେଶ ମାଗୁଛନ୍ତି ଏବଂ ଯଦି ଆମେ ଏହାକୁ ଅନୁମତି ଦେବୁ ତେବେ ଏହା ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିପାରେ। କରୋନା ସଂକ୍ରମଣ ନାମରେ ଏକ ସ୍ୱତନ୍ତ୍ର ସମ୍ପ୍ରଦାୟକୁ ଟାର୍ଗେଟ କରାଯିବ। ଆମେ ସମସ୍ତ ଲୋକଙ୍କ ସ୍ୱାସ୍ଥ୍ୟକୁ ବିପଦରେ ପକାଇ ପାରିବୁ ନାହିଁ ବୋଲି କୋର୍ଟ କହିଛନ୍ତି।
କୋର୍ଟରେ ଆବେଦନକାରୀଙ୍କ ପରାମର୍ଶଦାତା ଜଗନ୍ନାଥ ପୁରୀ ରଥଯାତ୍ରା ଯୁକ୍ତି ଦର୍ଶାଇ ଥିଲେ। ପରେ କୋର୍ଟ କହିଛନ୍ତି ଯେ ଆପଣ ସମଗ୍ର ଦେଶ ପାଇଁ ଅନୁମତି ଲୋଡ଼ିଛନ୍ତି। ପୁରୀ ରଥଯାତ୍ରା ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ହୋଇଥାଏ। ଯେଉଁଠାରେ ରଥ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିଥାଏ। ଯଦି ଗୋଟିଏ ସ୍ଥାନ ବିଷୟରେ ଆଲୋଚନା ହୁଏ, ଆମେ ବିପଦର ଆକଳନ କରି ନିର୍ଦ୍ଦେଶ ଦେବୁ।