Odisha Link
Bridging the Missing Links in Odisha

ଇସ୍ତଫା ଦେଲେ ଟିକ୍‌ଟକ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ

ନୂଆଦିଲ୍ଲୀ: ଟିକ୍‌ଟକ୍‌କୁ ନେଇ ବିଭିନ୍ନ ଦେଶରେ ବିବାଦ ଦେଖିବାକୁ ମିଳିଛି। ଏସବୁ ମଧ୍ୟରେ ୪ମାସ ତଳେ ମୁଖ୍ୟ କାର୍ଯ୍ୟନିର୍ବାହୀ ପଦରେ ନିଯୁକ୍ତି ପାଇଥିବା କେଭିନ୍‌ ମେୟର କମ୍ପାନୀରୁ ଇସ୍ତଫା ଦେଇଛନ୍ତି। ଗତ କିଛି ସପ୍ତାହ ଧରି ଆମେରିକାରେ ଟିକ୍-ଟକ୍ ଉପରେ ନିଷେଧାଦେଶ ଜାରି ରହିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, କମ୍ପାନି ଏହାର ଆମେରିକୀୟ ବ୍ୟବସାୟ ବିକ୍ରୟ କରିବ କିମ୍ବା ଆପ ଉପରେ ପ୍ରତିବନ୍ଧକ ଲଗାଯିବ। କେଭିନ୍‌ ହଠାତ୍‌ ଇସ୍ତଫା ଦେଇଥିବାରୁ ତାଙ୍କ ସ୍ଥାନରେ କମ୍ପାନୀର ଜେନେରାଲ ମ୍ୟାନେଜର ଭାନେସା ପାପ୍ପାପ ଅନ୍ତରୀଣ ଦାୟିତ୍ବ ଗ୍ରହଣ କରିବେ।

କେଭିନ ମେୟରଙ୍କୁ ଚାରି ମାସ ପୂର୍ବରୁ ଟିକ୍‌ଟକ୍ ର ସିଇଓ କରାଯାଇଥିଲା। ଏହାପୂର୍ବରୁ ସେ ଡିଜନୀରେ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ଥିଲେ। କେଭିନ ମେୟର କହିଛନ୍ତି, ଗତ କିଛି ସପ୍ତାହ ମଧ୍ୟରେ ରାଜନୈତିକ ପରିବେଶ ବହୁତ ବଦଳିଛି। ମୁଁ ଯେଉଁ ପରିବର୍ତ୍ତନ କରିବାକୁ ଚାହୁଁଥିଲି, ତାହା ମୁଁ କରିଛି।

ଟିକ୍‌ଟକ୍ ର ମୁଖପାତ୍ର କହିଛନ୍ତି ଯେ, କେଭିନ ମେୟରଙ୍କ ନିଷ୍ପତ୍ତିକୁ କମ୍ପାନି ସମ୍ମାନ କରେ। କମ୍ପାନି ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ଗତ କିଛି ମାସ ମଧ୍ୟରେ ରାଜନୈତିକ ଗତିଶୀଳତା ବଦଳିଛି।

Comments are closed.