Odisha Link
Bridging the Missing Links in Odisha

ବଲିଉଡର ଡ୍ରଗ୍ସ୍‌ ଲିଙ୍କ୍: ମୁହଁ ଖୋଲିଲେ କଙ୍ଗନା, ମାଗିଲେ ସୁରକ୍ଷା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ ଘଟଣା ଏବେ ସାମ୍ନାକୁ ଆସିଛି। ଡ୍ରଗ୍ସ ଲିଙ୍କ୍‌ ଘଟଣାରୁ ବଲିଉଡରେ ଡ୍ରଗ୍ସ ଲିଙ୍କ୍‌ ନେଇ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେବାକୁ ଚାହୁଁଛନ୍ତି ଅଭିନେତ୍ରୀ କଙ୍ଗନା ରଣଓ୍ବାତ୍। ଏନେଇ ସେ ଟ୍ବିଟ କରି ସୂଚନା ଦେଇଛନ୍ତି।। କଙ୍ଗନା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ସହାୟତା କରିବାକୁ ଚାହୁଁଥିବା ନେଇ କହିଛନ୍ତି ଓ ତାଙ୍କ କ୍ୟାରିୟର ଓ ଜୀବନ ପ୍ରତି ବିପଦ ଥିବାରୁ ସେ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ତାଙ୍କୁ ସୁରକ୍ଷା ଦେବାକୁ କହିଛନ୍ତି।

ଏଥିସହ ବଲିଉଡରେ କେଉଁ ଡ୍ରଗ୍ସର ବହୁଳ ବ୍ୟବହାର ହେଉଥିବା ‘କୋକେନ୍‌’ ବିଷୟରେ ମଧ୍ୟ ସେ ଟ୍ବିଟ କରି ସୂଚନା ଦେଇଛନ୍ତି। ଏହି ମାମଲାରେ କଙ୍ଗନାଙ୍କୁ ସୁରକ୍ଷା ଦେବା ପାଇଁ ସୁଶାନ୍ତଙ୍କୁ ଭଉଣୀ ଶ୍ବେତା ସିଂ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଟ୍ବିଟ କରି ଅନୁରୋଧ କରିଛନ୍ତି।

Comments are closed.