Odisha Link
Bridging the Missing Links in Odisha

ପାଣି ସୁଅରୁ ଉଦ୍ଧାର ହେଲା କଅଁଳା ଶିଶୁ

ଯାଜପୁର: ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ପାଣି ମୁହଁରୁ କଅଁଳ ଶିଶୁକୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ। ବରୀ ବ୍ଲକ ରାମଚନ୍ଦ୍ରପୁର ଅଞ୍ଚଳର ଶଙ୍କରକୂଳ ଗାଁରୁ ୨ ମାସର ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ଶିଶୁଙ୍କ ସମେତ ୬ ଜଣ ଲୋକ ଏକ ଘରେ ଫସି ରହିଥିଲେ। ଖବର ଜଣାପଡିବା ପରେ ଅଗ୍ନିଶମ କର୍ମଚାରୀ ପାଣିର ସ୍ରୋତକୁ କାଟି ଲୋକଙ୍କୁ ଉଦ୍ଧାର କରିଛନ୍ତି। ତେବେ ଲୋକମାନେ ଘରେ ଥିବା ବେଳେ ହଠାତ୍ ବ୍ରାହ୍ମଣୀ ନଦୀର ପାଣି ଗାଁ ଭିତରକୁ ମାଡି ଆସିଥିଲା ।

 

ଅନ୍ୟପଟେ ବନ୍ୟା ବେଳେ ସାମ୍ନାକୁ ଆସିଲା କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରୁ କରୁଣ ଚିତ୍ର। ଘରେ ପାଣି ପଶି ଯାଇଥିବା ବେଳେ କଦଳୀ ଭେଳା କରି ଘର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଲେ ଯୁବତୀ। ପଟ୍ଟାମୁଣ୍ଡାଇର ଅଣ୍ଡରା ପଞ୍ଚାୟତ ବନ୍ୟା ବିଭିଷିକା ସ୍ପଷ୍ଟ ଜଣାପଡୁଛି । ପଞ୍ଚାୟତକୁ ବ୍ରାହ୍ମଣୀ ନଦୀର ବନ୍ୟା ଜଳ ପଶିଛି । ଫଳରେ ଅନେକ ଘର ଜଳମଗ୍ନ ହୋଇ ରହିଛି । ପାଣି ପଶି ଆସିବାରୁ ବହୁ କଚା ଘର ପାଣିରେ ବୁଡିଯାଇଛି । ଫଳରେ ଲୋକ ଘରେ ବନ୍ଦୀ ହୋଇ ରହିଛନ୍ତି । ଘରେ ପାଣି ପଶୁଥିବାରୁ ଲୋକମାନେ ଘର ଛାଡୁଛନ୍ତି । ଜଣେ ଯୁବତୀ କଦଳୀ ଗଛରେ ଭେଳା ବନେଇ ଘର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରୁଛନ୍ତି ।

Comments are closed.