Odisha Link
Bridging the Missing Links in Odisha

ପିଜି ପ୍ରବେଶିକା ଆବେଦନ ତାରିଖ ଘୁଞ୍ଚିଲା

ଭୁବନେଶ୍ୱର: ଘୁଞ୍ଚିଲା ପିଜି ପ୍ରବେଶିକା ଆବେଦନ ତାରିଖ। ରାଜ୍ୟରେ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା (କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ) ପାଇଁ ଆବେଦନ କରିବାର ଶେଷ ତାରିଖ ସେପ୍ଟେମ୍ବର ୧୦ ତାରିଖକୁ ଘୁଞ୍ଚାଇ ଯାଇଥିବା ନେଇ ଆଜି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଭାଗର ସୂଚନା ମୁତାବକ, ପୂର୍ବରୁ ଏହି ପ୍ରବେଶିକା ପାଇଁ ପିଜି ପ୍ରବେଶିକା ଆବେଦନ ତାରିଖ ଅଗଷ୍ଟ ୩୧ ଯାଏ ଥିଲା। ଏବେ ପିଜି ପ୍ରବେଶିକା ଆବେଦନ ତାରିଖ ଘୁଞ୍ଚି ସେପ୍ଟେମ୍ବର ୧୦ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ କରାଯାଇଛି।

ଛାତ୍ରଛାତ୍ରୀମାନେ ଅନଲାଇନରେ ଉଚ୍ଚଶିକ୍ଷା ବିଭାଗର ୱେବସାଇଟ ରେ ଆବେଦନ କରିପାରିବେ। ୱେବସାଇଟର http://www.samsodisha.gov.in/ ଇ-ସ୍ପେସ୍ ରୁ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ହଲ୍ ଟିକେଟ ଡାଉନଲୋଡ କରିପାରିବେ। ଅକ୍ଟୋବର ୧୦ରୁ ୧୯ ତାରିଖ ମଧ୍ୟରେ କମନ ଏଣ୍ଟ୍ରାନ୍ସ ଟେଷ୍ଟ ହେବ। ପୂର୍ବରୁ ଏହି ଟେଷ୍ଟ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୭ ତାରିଖ ମଧ୍ୟରେ ହେବ ବୋଲି କୁହାଯାଇଥିଲା।

Comments are closed.