Odisha Link
Bridging the Missing Links in Odisha

କାନ୍ଥ ଭୁଶୁଡି ବୃଦ୍ଧ ମୃତ

ନୂଆପଡା: କାନ୍ଥ ଭୁଶୁଡି ବୃଦ୍ଧ ମୃତ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡା ଜିଲ୍ଲା କୋମନା ଥାନା ବିଶିବାହାଲ ଗାଁରେ। ରାତିରେ ଶୋଇ ଥିବା ସମୟରେ ଘରର ମାଟି କାନ୍ଥ ଭୁଶୁଡି ପଡିବାରୁ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ବୃଦ୍ଧ ମୃତକ ଜଣକ ହେଉଛନ୍ତି ୬୫ ବର୍ଷୀୟ ତ୍ରିନାଥ ଭୋଇ। ଗତକାଲି ରାତିରେ ଲଗାଣ ବର୍ଷା ଯୋଗୁଁ ରାତି ପ୍ରାୟ ୨ଟାରେ ଘରର ମାଟି କାନ୍ଥ ଭୁଶୁଡି ପଡିଥିଲା।

ସୂଚନା ମୁତାବକ, ଲଗାଣ ବର୍ଷା ଯୋଗୁଁ ଘରର ମାଟି କାନ୍ଥ ଭୁଶୁଡି ପଡିଥିଲା କାନ୍ଥ ପଡ଼ିବାର ଶବ୍ଦ ଶୁଣି ପରିବାର ଲୋକେ ଧାଇଁ ଆସିଥିଲେ ମାତ୍ର ତ୍ରିନାଥ କାନ୍ଥ ତଳେ ଚାପି ହୋଇ ଯାଇଥିଲେ। ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ମାଟି ଖୋଳି ତ୍ରିନାଥଙ୍କୁ ବାହାର କରିଥିଲେ ମାତ୍ର ବୃଦ୍ଧ ଜଣକ ମୃତ୍ୟୁ ବରଣ କରି ସାରିଥିଲେ। ଏନେଇ ଖବର ପାଇ କୋମନା ଅତିରିକ୍ତ ତହସିଲଦାର ମିଛାପାଲି ରାଜସ୍ବ ନିରୀକ୍ଷକଙ୍କୁ ତଦନ୍ତ ପାଇଁ ପଠାଇଛନ୍ତି।

Comments are closed.