ବନ୍ୟାଜଳ: ଖରସ୍ରୋତାରେ ୪ଟି ଘାଇ

ଭୁବନେଶ୍ବର: ଉପରେମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ପ୍ରମୁଖ ନଦୀରେ ଜଳସ୍ତର ବଢୁଥିବା ଜଣାଯାଇଛି। ତେବେ କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ ଶନିବାର ଖରସ୍ରୋତା ନଦୀରେ ୪ଟି ଘାଇ ସୃଷ୍ଟି ହୋଇଛି । ମଙ୍ଗଳା ମନ୍ଦିର, ବାରିକ ସାହି ଓ ରାମଚଣ୍ଡୀ ସମେତ ୪ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ଫଳରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବା ସହ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।
ଅନ୍ୟପକ୍ଷରେ କେନ୍ଦ୍ରାପଡାରେ ବନ୍ୟା ସ୍ଥିତି ସଙ୍ଗୀନ। ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକର ଅଧିକାଂଶ ସ୍ଥାନରେ ପାଣି ପଶି ରହିଛି। ବନ୍ୟା ଦାଉରୁ ଭଗବାନ ବି ରକ୍ଷା ପାଇ ନାହାନ୍ତି । ମନ୍ଦିର ଭିତରେ ପାଣି ପଶିଯାଇଛି। ମନ୍ଦିରର ଅଧା ପାଣିରେ ବୁଡି ରହିଛି । ପଟାମୁଣ୍ଡାଇର ଦାଣ୍ଡି ସାହି, ଅନ୍ଧାର, ପେଣ୍ଠପାଳ, ସିଂହଗାଁ ପରି ଅଞ୍ଚଳର ମଧ୍ୟ ବନ୍ୟା ପାଣି ପସି ରହିଛି। ପାଣିରେ ଅଧା ବୁଡି ଯାଇଛି ଏଟିଏମ୍। ପାଣି ଭିତରେ ଏବେ ପୁରା ଗାଁ ରହିବା ପରେ ପୁରା ଅଞ୍ଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି ।