Odisha Link
Bridging the Missing Links in Odisha

ରିୟାଙ୍କୁ ସିବିଆଇର ଦ୍ବିତୀୟ ଦିନ ଜେରା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ସିବିଆଇ ଆଜି ପୁଣି ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରୁଛି। ଗତକାଲି ପ୍ରାୟ ୧୦ଘଣ୍ଟା ଧରି ସିବିଆଇ ରିୟାଙ୍କୁ ଜାରା କରିଥିବା ବେଳେ ଆଜି ଦ୍ବିତୀୟ ଦିନ ଜେରା କରୁଛି। ତଦନ୍ତ ପାଇଁ ରିୟା ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚିଛନ୍ତି। ରିୟାଙ୍କ ସହ ସାମୁଏଲ ମିରାଣ୍ଡା, ନୀରଜ, ସିଦ୍ଧାର୍ଥ ପିଠାନୀ ଓ ଘରୋଇ ସହାୟକ ଦିପେଶ ସାୱନ୍ତଙ୍କୁ ମଧ୍ୟ ଜେରା କରାଯିବ।

ସୂଚନା ମୁତାବକ, ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ତଦନ୍ତ କରୁଥିବା ସିବିଆଇ ଏ ପର୍ଯ୍ୟନ୍ତ ସୁଶାନ୍ତଙ୍କ ସହ ଜଡିତ ଗୁରୁତ୍ଵପୂର୍ଣ୍ଣ ବ୍ୟକ୍ତି ବିଶେଷଙ୍କୁ ଜେରା କରିଛି। କାଲି ପ୍ରଥମ ଥର ସିବିଆଇ ରିୟାଙ୍କୁ ଜେରା କରିଥିଲା। ଜେରା ବେଳେ ସିବିଆଇ ରିୟାଙ୍କୁ ଅନେକ ପ୍ରଶ୍ନ ପଚାରିଥିବା ସୂଚନା ମିଳିଛି । ମିଡିଆ ରିପୋର୍ଟ ଅନୁସାରେ, ରିୟାଙ୍କ ପଚରାଉଚରା ପାଇଁ ସିବିଆଇ ଅନେକ ପ୍ରଶ୍ନ ପ୍ରସ୍ତୁତ କରିଥିଲା । ସୁଶାନ୍ତଙ୍କ ସହ ରିୟାଙ୍କ କେବେ ଦେଖା ସାକ୍ଷାତ ହେଲା କେଉଁଠି ହେଲା, ୟୁରୋପ ଟ୍ରିପରେ ଉଭୟ କେବେ ଯାଇଥିଲେ, ଏହି ଟ୍ରିପରେ କୌଣସି ପରିବାର ସଦସ୍ୟ ଥିଲେ ନା ନାହିଁ ଏହି ସବୁ ରିୟାଙ୍କୁ ପଚାରିଥିଲା। ଏପରିକି କେବେ ନୂଆ ଆପାର୍ଟମେଣ୍ଟକୁ ରିୟା ଆସିଲେ, ସୁଶାନ୍ତଙ୍କ ସହ ରିୟା ପାର୍ଟିକୁ ଯାଉଥିଲେ ନା ନାହିଁ, ପରିବାର ସହ ସମ୍ପର୍କ କିପରି ଥିଲା ବାବଦରେ ମଧ୍ୟ ଅନେକ ଗୁଡେଇତୁଡେଇ ପ୍ରଶ୍ନ କରିଥିଲା ସିବିଆଇ।ରିୟାଙ୍କ ବ୍ୟତୀତ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ସିବିଆଇ ୧୪ ଘଣ୍ଟା ଜରା କରିଥିଲା। ଗତକାଲି ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନି, ତାଙ୍କ ରୋଷେଇଆ ନୀରଜ ସିଂ ଏବଂ ତାଙ୍କ ଗୃହ ସହାୟକ ସାମୁଏଲ ମିରାଣ୍ଡାଙ୍କୁ ମଧ୍ୟ ସିବିଆଇ ପଚରାଉଚରା କରିଥିଲା। ଜେରା ପାଇଁ ସିବିଆଇ ନିଜକୁ ତିନି ଦଳରେ ବିଭକ୍ତ କରିଥିଲା।

Comments are closed.