Odisha Link
Bridging the Missing Links in Odisha

ୱିଚାଟ୍‌ ବ୍ୟାନ କଲେ ଆପଲ କମ୍ପାନୀକୁ ବହିଷ୍କାର କରିବୁ : ଜାଓ ଲିଜିଆନ୍

ନୂଆଦିଲ୍ଲୀ: ୱିଚାଟ୍‌ ବ୍ୟାନ କଲେ ଆପଲ କମ୍ପାନୀକୁ ବହିଷ୍କାର କରିବୁ। ଆମେରିକାକୁ ଏପରି ଚେତାବନୀ ଦେଇଛି ଚୀନ। ବ୍ୟକ୍ତିଗତ ତଥ୍ୟ ଚୋରି କରୁଥିବା ଅଭିଯୋଗରେ ଭାରତ ଟିକ୍-ଟକ୍‌ ବ୍ୟାନ୍‌ କରିଥିବା ବେଳେ ଆମେରିକା ମଧ୍ୟ ଏଥିରେ ସାମିଲ ହୋଇଛି। ବ୍ୟକ୍ତିଗତ ତଥ୍ୟ ଚୋରି କରୁଥିବା ଅଭିଯୋଗରେ ଆମେରିକା ମଧ୍ୟ ଟିକ୍-ଟକ୍ ଏବଂ ୱିଚାଟ୍ ଆପ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଧମକ ଦେଇଥିବା ବେଳେ ଚୀନ୍ ମଧ୍ୟ ଆମେରିକାକୁ ଖୋଲା ଧମକ ଦେଇଛି। ଯଦି ଆମେରିକା ‘ୱିଚାଟ୍’ ଉପରେ ପ୍ରତିବନ୍ଧକ ଲଗାଏ, ତେବେ ଚୀନବାସୀ ଆଇଫୋନ୍ ବା ଆପଲ କମ୍ପାନୀକୁ ବହିଷ୍କାର କରିବେ ବୋଲି ଚୀନ୍‌ର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଜାଓ ଲିଜିଆନ୍ ଟ୍ୱିଟ କରି ଚେତାବନୀ ଦେଇଛନ୍ତି।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ୍ବିଚାଟ୍ ଏବଂ ଭିଡିଓ ଆପ୍ ଟିକ୍-ଟକ୍ ଉପରେ ପ୍ରତିବନ୍ଧକ ଲଗାଇବାର ଧମକ ଦେଇ ଆପକୁ ବିକ୍ରି କରିବା ପାଇଁ କହିଛନ୍ତି। ଯଦି ଆପ ବିକ୍ରି ନହୁଏ, ତେବେ ସେପ୍ଟେମ୍ବର ମାସରେ ଏହି ଦୁଇଟି ଆପ୍ ଆମେରିକାରେ ନିଷେଧ ହୋଇପାରେ | ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ, ଏଭଳି ଆପ୍ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ଟ୍ରମ୍ପଙ୍କ ଘୋଷଣା ପରେ ଆମେରିକା ଏବଂ ଚୀନରେ ଏହି ଆଲୋଚନା ବୃଦ୍ଧି ପାଇଛି।

Comments are closed.