Odisha Link
Bridging the Missing Links in Odisha

ଖୋଲିଲା ହୀରାକୁଦ ଡ୍ୟାମ୍‌ର ୪୪ଟି ଗେଟ

ଭୁବନେଶ୍ୱର : ଉପରମୁଣ୍ଡ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ନଦୀବନ୍ଧର ଜଳସ୍ତର ବଢିଚାଲିଛି। ମହାନଦୀରେ ବନ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗତ ମଧ୍ୟରାତ୍ରିରେ ନଦୀବନ୍ଧର ଆଉ ଦୁଇଟି ଓ ସକାଳେ ଆଉ ଦୁଇଟି ସ୍ଲୁଇସ ଗେଟ୍‌ ଖୋଲିବାକୁ ନିର୍ଦ୍ଦେଶ ଦିଆଯିବା ପରେ ଖୋଲିଥିବା ଗେଟ୍‌ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି । ଏହି ୪୪ଟି ଗେଟ ଦେଇ ଏବେ ୮ ଲକ୍ଷ କ୍ୟୁସେକ ଜଳ ଡ୍ୟାମକୁ ପ୍ରବେଶ କରୁଥିବାବେଳେ ପ୍ରାୟ ୭ ଲକ୍ଷ କ୍ୟୁସେକ ଜଳ ସ୍ଲୁଇସ ଗେଟ ଦେଇ ନିଷ୍କାସିତ ହେଉଛି । ହୀରାକୁଦର ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବାବେଳେ ଏପର୍ଯ୍ୟନ୍ତ ଜଳସ୍ତର ୬୨୬ ଫୁଟରେ ପହଞ୍ଚିସାରିଲାଣି ।

ସେପଟେ କଟକ ଜିଲ୍ଲାରେ ଥିବା ମୁଣ୍ଡୁଳି ବ୍ୟାରେଜରେ ଜଳସ୍ତର ବିପଦ ସଂକେତ ଉପରକୁୁ ଉଠିଯାଇଛି । ସେଠାରେ ଏବେ ୮ ଲକ୍ଷ ୯୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି ।

Comments are closed.