ବନ୍ୟା ଜଳ: ସ୍ଥିତି ସୁଧାର ପାଇଁ ୪ ଦିନ ଲାଗିବ

ଭୁବନେଶ୍ୱର: ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଓଡ଼ିଶାରେ ଭୟଙ୍କର ବନ୍ୟା ବିତ୍ପାତ ଦେଖାଦେଇଛି। ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏହାଦ୍ୱାରା ରାଜ୍ୟର ପ୍ରାୟ ୧୨ଟି ଜିଲ୍ଲା ପ୍ରଭାବିତ ହୋଇଛି। ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। ତେବେ ବନ୍ୟା ସ୍ଥିତିର ସୁଧାର ପାଇଁ ଆଉ ୪ ଦିନ ଲାଗିବ ବୋଲି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି।
ଶ୍ରୀ ରଥ କହିଛନ୍ତି ଯେ, ମହାନଦୀ ଉପର ମୁଣ୍ଡରେ ଆଉ ବର୍ଷା ହେଉନାହିଁ। ଗତକାଲି ହୀରାକୁଦକୁ୯ଲକ୍ଷ କୁ୍ୟସେକ ଜଳ ପଶୁଥିଲା। ୪୬ଟି ଗେଟ ଖୋଲାଯାଇଥିଲା। ଏବେ ୫ ଲକ୍ଷ କୁ୍ୟସେକ ଜଳ ପଶୁଛି। ତେଣୁ ମାତ୍ର ୩୬ଟି ଗେଟ ଦେଇ ୬ ଲକ୍ଷ କୁ୍ୟସେକ ଜଳ ଛଡ଼ାଯାଉଛି। ମୁଣ୍ଡଳିରେ ୧୦ ଲକ୍ଷ ୨୦ ହଜାର କୁ୍ୟସକ ଯାଉଛି। ଦିନ ୨ଟା ଯାଏଁ ଚାଲିବ। ଏବେ ସୁଦ୍ଧା ରାଜ୍ୟରେ ୩୬ଟି ଘାଇ ହୋଇଛି। ତେବେ ବହୁତ ଘାଇ ହୋଇଥାନ୍ତା, କିନ୍ତୁ ଅନୁଭୂତି ସମ୍ପନ୍ନ ଅଫିସରଙ୍କ ପାଇଁ କମିଛି। ମହାନଦୀ ସିଷ୍ଟମରେ ୫ଟି ଘାଇ ହୋଇଛି । ସ୍ଥିତି ସୁଧୁରିବାକୁ ୪ ଦିନ ଲାଗିବ ବୋଲି ଶ୍ରୀ ରଥ କହିଛନ୍ତି।