Odisha Link
Bridging the Missing Links in Odisha

ପୋଖରୀରେ ବୁଡ଼ି ୩ ନାବାଳିକାଙ୍କର ମୃତ୍ୟୁ

କୋରାପୁଟ: କୋରାପୁଟ ଲମତାପୁଟ ବ୍ଲକ ଦେବଗଞ୍ଜର ଗାଁରେ ପୋଖରୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକଙ୍କ ମଧ୍ୟରୁ ୨ ଜଣଙ୍କ ବୟସ ୮ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ୯ ବର୍ଷ ବୋଲି ଜଣାଯାଇଛି।

ଘଟଣାରୁ ପ୍ରକାଶ ଯେ, ୩ ଜଣ ସାଙ୍ଗ ଗତକାଲି ଅପରାହ୍ନରେ ପିଜୁଳି ଖାଇବାକୁ ଘରୁ ବାହାରି ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ପିଲାମନେ ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ। ହେଲେ ପିଲାମାନଙ୍କ କୌଣସି ସନ୍ଧାନ ନମିଳିବାରୁ ପରିବାର ଲୋକ ଶେଷରେ ଅନ୍ୟ କୌଣସି ଉପାୟ ନପାଇ ନନ୍ଦପୁର ଥାନାରେ ଏତଲା ଦେଇଥିଲେ। ଆଜି ଘର ଠାରୁ ୧ କିଲୋମିଟର ଦୂର ଏକ ପୋଖରୀ ୩ ଜଣ ସାଙ୍ଗଙ୍କ ଚପଲ ଭାସୁଥିବା ଦେଖାଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ଜଣାଯାଇଛି ।

Comments are closed.