Odisha Link
Bridging the Missing Links in Odisha

ବିଶ୍ୱବିଦ୍ୟାଳୟ ସ୍ତରରେ ବଡ଼ ସଂସ୍କାର, ହଟିଲା ସିନେଟ୍ ବ୍ୟବସ୍ଥା

ଭୁବନେଶ୍ବର: ଅପରାହ୍ନରେ ହୋଇଥବା ରାଜ୍ୟ କାବିନେଟରେ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ଉଚ୍ଚଶିକ୍ଷା କ୍ଷେତ୍ରରେ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ବିଶ୍ୱ ବିଦ୍ୟାଳୟ ସ୍ତରରେ ହେବ ବଡ ସଂସ୍କାର। ୟୁନିଭର୍ସିଟିରେ ବ୍ୟାପକ ପରିବର୍ତ୍ତନ ନେଇ ସରକାରଙ୍କ ନିଷ୍ପତ୍ତି । ପ୍ରେସମିଟ କରି ସଂସ୍କାର ବାବଦରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ।

ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଏଣିକି ଗୋଟିଏ ଆକ୍ଟରେ ରହିବ ସବୁ ବିଶ୍ୱ ବିଦ୍ୟାଳୟ। ଶିକ୍ଷା ଓ ପରିଚାଳନା ସବୁ ଗୋଟିଏ ଆକ୍ଟରେ ହେବ। ଓଡ଼ିଶା ବିଶ୍ୱବିଦ୍ୟାଳୟ ଆକ୍ଟ ୧୯୮୯ରେ ପରିବର୍ତ୍ତନ। ରେଭେନ୍ସା ୟୁନିଭର୍ସିଟି ଆକ୍ଟ ୨୦୦୫ ରଦ୍ଦ ହେଲା। ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟର ପରିଚାଳନା ପାଇଁ ଗୋଟିଏ ଆଇନ।

ବିଶ୍ୱବିଦ୍ୟାଳୟରୁ ହଟିଲା ସିନେଟ୍ ବ୍ୟବସ୍ଥା  ସିଣ୍ଡିକେଟ ବ୍ୟବସ୍ଥାକୁ କରାଯିବ ଅଧିକ ସକ୍ରିୟ। ବଢିଲା ଭିସିଙ୍କ କାର୍ଯ୍ୟାଳୟ। ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ୪ ବର୍ଷକୁ ବୃଦ୍ଧି। ୩ ବର୍ଷରୁ ୪ ବର୍ଷକୁ ବଢାଇଲେ ରାଜ୍ୟ ସରକାର। ଗୋଟିଏ ବିଶ୍ୱବିଦ୍ୟାଳୟରେ ପୁନଃନିଯୁକ୍ତି ପାଇପାରିବେନି ଭିସି। ଭାଇସ ଚାନସଲରଙ୍କ ଚୟନ କମିଟିରେ ରହିବେ ସରକାରଙ୍କ ଜଣେ ପ୍ରତିନିଧି। କୁଳପତିଙ୍କ ସର୍ବୋଚ୍ଚ ବୟସସୀମା ୬୫ରୁ ୬୭ ବର୍ଷକୁ ବୃଦ୍ଧି।

Comments are closed.