Odisha Link
Bridging the Missing Links in Odisha

ଦୁର୍ଘଟଣାରେ ବାଇକ ଆରୋହୀ ମୃତ, ଗାଡ଼ି ପୋଡିଦେଲେ ଉତ୍ତ୍ୟକ୍ତଲୋକ

ମାର୍ଶାଘାଇ: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଜାତୀୟ ରାଜପଥ ୫(କ)ର ହଳଦିଆ ଗଡା ନିକଟରେ ଏକ ଦୁର୍ଘଟଣା ଘଟିଛି। ସ୍କୁଟିକୁ ଧକ୍କା ଦେଲା ବସ୍ । ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି ।

ପ୍ରକାଶ ଯେ, ରାସ୍ତାର ବାମ ପାର୍ଶ୍ବରେ ଟ୍ରକ୍ ଭିଡ ଥିବାରୁ ବସଟି ବଡପାଳ ଛକରୁ ଡାହାଣ ପଟେ ଆସୁଥିଲା। ଏହି ସମୟରେ ଯୁବକ ଜଣଙ୍କ ହଳଦିଆ ଗ୍ରାମରୁ ବଡପାଳ ଛକକୁ ଆସୁଥିଲେ । ବସ୍ ବେଗ ଏତେ ତୀବ୍ରତର ଥିଲା ଯେ ଡ୍ରାଇଭର ବସଟିକୁ ନିୟନ୍ତ୍ରଣକୁ ଆଣିପାରିନଥିଲେ। ଫଳରେ ସ୍କୁଟି ଚାଳକଙ୍କୁ ବସ୍ ଟି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ମୃତକ ମାର୍ଶାଘାଇ ଥାନା ହଳଦିଆ ଗାଁର ବିକାଶ ନାୟକ। ଯୁବକଙ୍କ ମୃତ୍ୟୁ ପରେ ଉତ୍ତ୍ୟକ୍ତ ଲୋକ ବସଟିକୁ ପୋଡିଦେଇଥିଲେ । ‘ଲୋକନାଥ’ ନାମକ ବସ୍ ଟି କଲିକତାରୁ ପାରାଦ୍ବୀପ ଯାଉଥିଲା । ଘଟଣାସ୍ଥଳରୁ ବସ୍ ଡ୍ରାଇଭର ଓ କଣ୍ଡକ୍ଟର ଫେରାର ହୋଇଯାଇଛନ୍ତି ।

Comments are closed.