ଜେଲ୍ ପାଇଁ କରୋନା ଏସଓପି

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି କରୋନା। ଜେଲ୍ରେ କରୋନା ସଂକ୍ରମଣ ରୋକିବା ପାଇଁ ନୂଆ ଏସଓପି ଜାରି କରାଯାଇଛି। ଜେଲ୍କୁ ନୂଆ କରି ଆସୁଥିବା ଅଭିଯୁକ୍ତଙ୍କ ପାଇଁ ଗୃହ ବିଭାଗ ଏହି ଏସଓପି ଜାରି କରିଛି। ଗୃହ ବିଭାଗର ନିର୍ଦ୍ଦେଶ ଅନୁସାରେ କୋର୍ଟରେ ହାଜର ପୂର୍ବରୁ ଅଭିଯୁକ୍ତଙ୍କର କୋଭିଡ୍ ପରୀକ୍ଷା କରାଯିବ। ଏହା ସହିତ ରିମାଣ୍ଡରେ ଆଣିଯିବା ଆଗରୁ ମେଡିକାଲରେ କୋଭିଡ୍ ପରୀକ୍ଷା କରାଯିବ। ଯଦି ପଜିଟିଭ ଚିହ୍ନଟ ହୁ୍ରନ୍ତି ତେବେ କୋଭିଡ ହସ୍ପିଟାଲ ଯିବେ। କରୋନାରୁ ସୁସ୍ଥ ହେବା ପରେ ହିଁ ଜେଲ୍କୁ ସ୍ଥାନାନ୍ତରିତ ହୋଇପାରିବ। ନେଗେଟିଭ ରିପୋର୍ଟ ଥିବା ଅଭିଯୁକ୍ତଙ୍କୁ ଜେଲ୍ ଭିତରକୁ ନିଅଯାଇପାରିବ। ନୂଆ ଆସୁଥିବା ଅଭିଯୁକ୍ତଙ୍କର ନେଗେଟିଭ ରିପୋର୍ଟ ଦାଖଲ ଜରୁରୀ। ଜେଲ୍ ଭିତରେ ସଂକ୍ରମଣ ନବ୍ୟାପିବା ପ୍ରତି ଜେଲ୍ କର୍ତ୍ତୃପକ୍ଷ ଦୃଷ୍ଟି ଦେବେ।
Comments are closed.