Odisha Link
Bridging the Missing Links in Odisha

ଯୁକ୍ତ ଦୁଇ କଳା ଫଳ: କେମିତି ଜାଣିବେ ରେଜଲ୍ଟ ଜାଣନ୍ତୁ…

ଭୁବନେଶ୍ବର: ଆସନ୍ତା ଶନିବାର ଦିନ ପ୍ରକାଶ ପାଇବ ଚଳିତ ବର୍ଷର ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଫଳ। ଏନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇ କହିଛନ୍ତି ଯେ, ଅପରାହ୍ନ ୪ଟାରେ ସିଏଚ୍‌ଏସି କାର୍ଯ୍ୟାଳୟରେ ଯୁକ୍ତ୨ କଳା ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇବ।

ଯୁକ୍ତ ୨ କଳା ଓ ଧନ୍ଦାମୂଳକ ବିଭାଗର ରେଜଲ୍ଟ ଆସନ୍ତା ଶନିବାର ଦିନ ପ୍ରକାଶ ପାଇବ। ଅପରାହ୍ନ ୪ଟାରେ ସିଏଚ୍‌ଏସି କାର୍ଯ୍ୟାଳୟରେ ଫଳାଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ର ମାନେ ରେଜଲ୍ଟ http://orissaresults.nic.in/ ରେ ନିଜର ଜାଣି ପାରିବେ। ଏଥିସହ ପରିଷଦର ଫୋନ୍‌ ନମ୍ବର ୦୬୭୪-୨୩୦୦୯୧୪ ଓ ୦୬୭୪-୨୩୦୦୯୦୭ରେ ଫୋନ୍‌ କରି ଛାତ୍ରଛାତ୍ରୀ ଫଳ ଜାଣିପାରିବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ କଲେଜକୁ ଇ-ସ୍ପେସ ଜରିଆରେ ଫଳ ପଠାଯିବ।

ସୂଚନାଯୋଗ୍ୟ, ୧୨ ତାରିଖରେ ବିଜ୍ଞାନ ଓ ୧୯ ତାରିଖରେ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଥିଲା ବେଳେ ଯୁକ୍ତ୨ କଳା ଓ ଧନ୍ଦାମୂଳକ ବିଭାଗର ରେଜଲ୍ଟ ଆସନ୍ତା ଶନିବାର ଦିନ ପ୍ରକାଶ ପାଇବ। ଚଳିତବର୍ଷ ୨ ଲକ୍ଷ ୨୫ ହଜାର ଛାତ୍ରଛାତ୍ରୀ କଳା ଓ ୭ ହଜାର ୭୫୦ ଛାତ୍ରଛାତ୍ରୀ ଧନ୍ଦାମୂଳକ ପାଠ୍ୟକ୍ରମରେ ପରୀକ୍ଷା ଦେଇଛନ୍ତି। ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଯୁକ୍ତ୨ କଳା ଓ ଧନ୍ଦାମୂଳକ ବିଭାଗର ରେଜଲ୍ଟ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଥିଲେ।

Comments are closed.