Odisha Link
Bridging the Missing Links in Odisha

ଦେଶରେ କରୋନା: ଦିନକରେ ସର୍ବାଧିକ ୮୩୩୪୧ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଭାରତ ଅଣାୟତ କରୋନା ସଂକ୍ରମଣ। ଦିନକୁ ଦିନ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଦୈନିକ ସଂକ୍ରମଣରେ ଭାରତ ଏବେ ବିଶ୍ୱର ୧ ନମ୍ବର ଦେଶରେ ପରିଣତ ହୋଇଛି। ଗତ ୨୪ ଘଣ୍ଟାରେ ୮୩ ହଜାରରୁ ଅଧିକ ନୂଆ ସଂକ୍ରମଣ ସହ ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୩୯ ଲକ୍ଷ ଟପିଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ମୁତାବକ, ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୩୯,୩୬,୭୪୭ ରେ ପହଞ୍ଚିଛି। ଏହା ମଧ୍ୟରୁ ୮,୩୧,୧୨୪ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୬୮,୪୭୨ ଅନ୍ତର୍ଭୁକ୍ତ। ଗତ ୨୪ ଘଣ୍ଟାରେ ଭାରତରେ ୮୩,୩୪୧ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୧୦୯୬ ଜଣ ମୃତ୍ୟୁବରଣ କରିଛନ୍ତି। ମୋଟ ୩୦,୩୭,୧୫୧ ସଂଖ୍ୟକ ଲୋକ ଆରୋଗ୍ୟ ଲାଭ କରିଛନ୍ତି।

Comments are closed.