Odisha Link
Bridging the Missing Links in Odisha

ଚାଷୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

ଯାଜପୁର: ଚାଷୀଙ୍କ ଉପରେ ଚଢ଼ିଗଲା ଟ୍ରକ। ଏମିତି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ ନଂ ଜାତୀୟ ରାଜପଥର ବାରବାଟୀ ଛକ ଗଣେଶ ପରିବା ହାଟ ନିକଟରେ। ଜଣେ ଚାଷୀ ରାସ୍ତାକଡରେ ବସି ବେପାର ସମୟରେ ତାଙ୍କ ଉପରକୁ ଟ୍ରକ ଚଢ଼ିଯାଇଛି। ଏହାଫଳରେ ଜଣେ ଚାଷୀ ମୃତ୍ୟୁବରଣ କରିଥିବା ବେଳେ ଜଣେ ବ୍ୟବସାୟୀ ଓ ଜଣେ ଚାଷୀ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି ।

ପ୍ରକାଶ ଯେ, ଦୈନିକ ସକାଳୁ ବାରବାଟୀ ହାଟରେ ପରିବା ଚାଷୀଙ୍କ ଭିଡ଼ ଲାଗି ରହୁଥିବା ବେଳେ ଆଜି ଚାଷୀଙ୍କ ଭିଡ଼ ରହିଥିଲା । କଲିକତାରୁ କଟକ ଅଭିମୁଖେ ଯାଉଥିବା ଏକ ମାଲ ବୋଝେଇ ଟ୍ରକ୍ ବାରବାଟୀ ଛକଠାରେ ଏକ ଲୁହା ବୋଝେଇ ଗାଡ଼ିକୁ ଓଭରଟେକ୍ କରିବା ସମୟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଚାଷୀଙ୍କ ଉପରେ ଚଢ଼ି ଯାଇଥିଲା । ଦୁର୍ଘଟଣାରେ ପ୍ରଥମଖଣ୍ଡି ଅଞ୍ଚଳର ଅମୂଲ୍ୟ ସେଠୀଙ୍କ ମୃତ୍ୟୁ ହୋଇଥିବା ବେଳେ ସରବଣା ଅଞ୍ଚଳର ବିଭୀଷଣ ଦାସ ଓ ପେଙ୍ଗୁଆ ଅଞ୍ଚଳର ବୀର ସାହୁ ଙ୍କ ସମେତ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

Comments are closed.