Odisha Link
Bridging the Missing Links in Odisha

ଆଜି ପବିତ୍ର ଗୁରୁ ଦିବସ, ଜାଣନ୍ତୁ ଏହି ଦିନର ବିଶେଷତ୍ବ

ଓଏଲ୍‌ବ୍ୟୁରୋ: ଆଜି ହେଉଛି ପବିତ୍ର ଗୁରୁଦିବସ। ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଆମେ ପ୍ରତିବର୍ଷ ଗୁରୁଦିବସ ଭାବେ ପାଳନ କରିଥାଉ। ସେପ୍ଟେମ୍ବର ୫ କୁ ୧୯୬୨ ମସିହାରୁ ଗୁରୁଦିବସ ଭାବେରାରା ଦେଶରେ ପାଳନ କରାଯାଏ। ଗୁରୁଙ୍କୁ ପୂଜା କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାର ଏହା ଏକ ପବିତ୍ର ଦିନ। ଗୁରୁ-ଶିଷ୍ୟ ପରମ୍ପରାର ଅପୂର୍ବ ନିଦର୍ଶନ ସ୍ୱରୂପ ଏହି ଦିବସ ପାଳିତ କରାଯାଇଥାଏ।।

ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଏକ ଧାରରେ ଜଣେ ଦାର୍ଶିନିକ, କୁଶଳୀ ରାଷ୍ଟ୍ରନୀତିଜ୍ଞ, ଆଦର୍ଶ ଶିକ୍ଷକ ଥିଲେ। ତାଙ୍କର ଜୀବନ ଶିକ୍ଷାର ବିକାଶ ନିମନ୍ତେ ସମର୍ପିତ ଥିଲା। ସର୍ବପଲ୍ଲୀ ବିଶ୍ବାସ କରୁଥିଲେ ଯେ ‘‘ଶିକ୍ଷକମାନେ ହେଉଛନ୍ତି ଦେଶର ସର୍ବୋତ୍କୃଷ୍ଟ ମସ୍ତିଷ୍କ।’’। ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରିବାରେ ଗୁରୁ ହିଁ ଆଲୋକ ବର୍ତ୍ତିକା ସାଜିଥିନ୍ତି। ଶିଷ୍ୟର ପ୍ରତିଟି ସଫଳତା ପଛରେ ଗୁରୁଙ୍କର ମାର୍ଗଦର୍ଶନ ଜଡିତ ରହିଥାଏ। ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଭାରତର ରାଷ୍ଟ୍ରପତି ଥିବା ସମୟରେ ବହୁ ଛାତ୍ରଛାତ୍ରୀ ଓ ବନ୍ଧୁମାନେ ତାଙ୍କର ଜନ୍ମଦିନ ପାଳନ କରିବାକୁ କହିଥିଲେ। ଏହାକୁ ନେଇ ସେ କହିଥିଲେ, “ତୁମେମାନେ ମୋ ଜନ୍ମଦିନ ପାଳନ କରିବା ଅପେକ୍ଷା, ଯଦି ଏହି ଦିନ ଗୁରୁମାନଙ୍କ ଦିବସ ଭାବରେ ପାଳନ କରିବ ତାହା ମୋ ପାଇଁ ସମ୍ମାନର ପରିଚୟ ହେବ।” ତେଣୁ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନକୁ ଗୁରୁଦିବସ ଭାବେ ପାଳନ କରାଯାଏ।

ଶିକ୍ଷା ପ୍ରତି ଡକ୍ଟର ରାଧାକ୍ରିଷ୍ଣନଙ୍କର ଅବଦାନକୁ ମନେ ରଖିବା ପାଇଁ ତାଙ୍କ ଜନ୍ମଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ସ୍କୁଲ, କଲେଜ୍ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ଶିକ୍ଷକ ତଥା ଅଧ୍ୟାପକ ମାନଙ୍କୁ ପୂଜା କରାଯାଇଥାଏ। ଗୁରୁମାନଙ୍କୁ ସମ୍ମାନ ଜଣାଇ ସେମାନଙ୍କର ଆଶୀର୍ବାଦ ଭିକ୍ଷା କରିଥାନ୍ତି ଛାତ୍ରଛାତ୍ରୀ।

Comments are closed.