Odisha Link
Bridging the Missing Links in Odisha

ଆମ୍ବୁଲାନ୍ସ ଦୁର୍ଘଟଣାରେ ୩ ଆହତ

ଆଳି: କଟକରୁ ଜନୈକା ମୃତ ମହିଳାଙ୍କୁ ନେଇ ଫେରୁଥିବା ଏକ ଆମ୍ବୁଲାନ୍ସ ଦୁର୍ଘଟଣା ଘଟାଇ ଚୁରମାର ହୋଇଯାଇଥିବା ବେଳେ ଆମ୍ବୁଲାନ୍ସ ଡ୍ରାଇଭର ଓ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇ ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଏଭଳି ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ।

ପ୍ରକାଶ ଯେ, କଟକରୁ ମତ୍ତୋ,ଦିଗୋଛିଆ ଅଭିମୁଖେ ଫେରୁଥିବା ଏହି ଆମ୍ବୁଲାନ୍ସଟି କଟକ-ଚାନ୍ଦବାଲି ରାସ୍ତାର ଆଳି ଡାକବଙ୍ଗଳା ଛକରେ ଭାରସାମ୍ୟ ହରାଇ ରାସ୍ତା ଉପରୁ ୫ ଫୁଟ ତଳକୁ ଖସି ଯାଇଥିଲା। ଫଳରେ ଦ୍ରୁତଗାମୀ ଆମ୍ବୁଲାନ୍ସଟି ଦୁଇ/ତିନିଥର ପଲଟିବା ପରେ ଚୁରମାର ହୋଇଯାଇଛି। ଖବର ପାଇବା ପରେ ଆଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିବାର ଖବର ମିଳିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇଉଠିଥିଲେ। ପୁଲିସ୍ ସେମାନଙ୍କୁ ବୁଝାଶୁଝା କରୁଥିବା ଜଣାପଡିଛି।

Comments are closed.